ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 1, 2022, 5:17 PM IST

୧.Cong President Poll: ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ନାକଚ, ଏବେ ଖଡ଼ଗେ-ଥରୁର ଲଢେଇ

ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେ. ଏନ ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ନାକଚ ହେବା ପରେ ଏବେ ଶଶି ଥରୁର ଓ ଖଡ଼ଗେଙ୍କ ମଧ୍ୟରେ ହେବ ଲଢେଇ ।

୨.Cong prez polls: ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଖଡ଼ଗେଙ୍କ ଇସ୍ତଫା

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ । ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼େଗେ ।

୩.ସରିଲା ମାଗଣା ଟିକା ଡେଡଲାଇନ, ମହଜୁଦ ଥିବା ଟିକା ଦିଆଯିବ

ସେପ୍ଚେମ୍ବର 30ରୁ ରାଜ୍ୟରେ ମାଗଣା ଟିକାକରଣ ପ୍ରକିୟା ଶେଷ ହୋଇଛି। କିନ୍ତୁ ମହଜୁଦ ଥିବା ଟିକାକୁ ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

୪.କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ, ମନ୍ଦିର ସୁରକ୍ଷିତ

ଦେବଭୂମି ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ । ମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

୫.ଆହାର ସାଜିଛି ସାହାରା, ସହରାଞ୍ଚଳରେ ବଦଳିଛି ଖାଦ୍ୟ ସୁରକ୍ଷାର ଚିତ୍ର

ରାଜ୍ୟ ସରକାରଙ୍କ ଆହାର ଯୋଜନା ପାଇଁ ସହରାଞ୍ଚଳରେ ଖାଦ୍ୟ ସୁରକ୍ଷାର ଚିତ୍ର ବଦଳିଛି । ସମଗ୍ର ରାଜ୍ୟରେ 127ଟି ଆହାର କେନ୍ଦ୍ର ଚାଲୁଛି ।

୬.ପାର୍ବଣକୁ ଜଗିବ ସିସିଟିଭି, ସହର ଜଗିବେ ୫୫ ପ୍ଲାଟୁନ ପୋଲିସ

କଟକରେ ସୁରୁଖୁରୁରେ ଦଶହରା ପୂଜା ସମ୍ପର୍ଣ୍ଣ କରିବା ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଡ଼ା ସୁରକ୍ଷା ବଳୟରେ ହେବ ଦଶହରା ପୂଜା ।

୭.ରାଜଧାନୀରେ ପୂଜା ମଣ୍ଡପରେ ଭାଳେଣି, ରାତି ଅଧିଆ ଦୁର୍ବୃତ୍ତ ଖୋଲି ନେଉଛନ୍ତି ଲାଇଟ୍

ରାଜଧାନୀରେ ଲାଇଟ ଚୋର ଆତଙ୍କ । ବିଭିନ୍ନ ପୂଜା ମଣ୍ଡପର ପେଣ୍ଡାଲରୁ ଖୋଲି ନେଉଛନ୍ତି ଲାଇଟ। ଗାଡି ଧରି ବୁଲୁଛନ୍ତି ଆଉ ଲାଇଟ ଖୋଲି ଗାଡିରେ ନେଇ ପଳାଉଛନ୍ତି ।

୮.Insurance rider: ପରିବାରକୁ ସୁରକ୍ଷା ଦିଏ ଇନସ୍ୟୁରାନ୍ସ ରାଇଡର

ଇନସ୍ୟୁରାନ୍ସ ପଲିସି ନେବା ସମୟରେ ରାଇଡର ନେବାକୁ ଭୁଲନ୍ତୁ ନାହିଁ । ନଚେତ୍ ଭବିଷ୍ୟତରେ ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

୯.Tesla Humanoid Robot: ମାନବ ସଦୃଶ ରୋବଟର ପ୍ରୋଟୋଟାଇପ୍ ପ୍ରଦର୍ଶନ କଲେ Elon Musk

ପ୍ରଥମ ଥର ପାଇଁ କୌଣସି ସମର୍ଥନ, କ୍ରେନ୍, ଯାନ୍ତ୍ରିକ ଜ୍ଞାନକୌଶଳ କିମ୍ବା କେବୁଲ୍ ବିନା ପରିଚାଳିତ ହେଉଥିବା ଏକ ମାନବ ସଦୃଶ ରୋବଟର ପ୍ରୋଟୋଟାଇପ୍ ପ୍ରଦର୍ଶନ କଲେ ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ ।

୧୦.ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ସାକ୍ଷାତକାର ନେଲେ ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରା ହ୍ବାଇଟ ହାଉସରେ ଡେମୋକ୍ରାଟିକ୍ ନ୍ୟାସନାଲ କମିଟି ଓ୍ବିମେନ୍ସ ଲିଡରସିପ ଫୋରମରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସାକ୍ଷାତକାର ନେଇଛନ୍ତି ।

ABOUT THE AUTHOR

...view details