ଓଡିଶା

odisha

ETV Bharat / bharat

TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦିନ ୧୧ଟାର ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM
TOP NEWS 11 AM

By

Published : Nov 9, 2022, 11:05 AM IST

1.ଦେଶର 50ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ DY ଚନ୍ଦ୍ରଚୂଡ

ଦେଶର 50ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ । ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଛନ୍ତି ।

2.ଅଟୋକୁ ଧକ୍କା ଦେଲା ବାଇକ, 2 ମୃତ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟସ୍ଥ ଭୁଇଁପୁର ଛକରେ ସଡକ ଦୁର୍ଘଟଣା । ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 2 ଜଣଙ୍କ ମୃତ୍ୟୁ ଘଟିଛି ।

3.ସିସିଟିଭି ନଜରରେ ବାଲିଯାତ୍ରା: ପୋଲିସ କମିଶନର

ଦୀର୍ଘ ଦୁଇ ବର୍ଷ ପରେ କଟକରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଛି । ଏନେଇ ଅସମ୍ଭାଳ ଭିଡ଼ ହେବ ।

4.ମାଆ କ୍ଷୀର ଦାନ କରି ରେକର୍ଡ କରିଛନ୍ତି କୋଏମ୍ବାଟୁରର ଏହି ମହିଳା

ମହିଳାଙ୍କ ମାଆ କ୍ଷୀର ଦାନ ଅଭିଯାନ । 10 ମାସରେ 55 ଲିଟର ମାଆ କ୍ଷୀର ଦାନ କରି ରେକର୍ଡ କରିଛନ୍ତି ତାମିଲନାଡୁ କୋଏମ୍ବାଟୁରର ସିନ୍ଧୁ ମୋନିକା ନାମକ ଜଣେ ମହିଳା ।

5.Earthquake: ଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ୪.୩ ତୀବ୍ରତାର ଭୂମିକମ୍ପ

ଦିଲ୍ଲୀ ପରେ ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ । ଆଜି ସକାଳେ ଦେବଭୂମିର ପିଥୋରଗଡରେ ୪.୩ ତୀବ୍ରତାସମ୍ପନ୍ନ ଭୂକମ୍ପ ଅନୁଭୂତ ।

6.ଅତିଷ୍ଠ କରିଲା କେଶଝଡା, ଝୁଲିପଡିଲେ ଯୁବକ

ଅସହ୍ୟ କରିଲା କେଶ ଝଡିବା । ଆତ୍ମହତ୍ୟା କରିଲେ ଯୁବକ । କେରଳର କାଲିକଟରୁ ଅଭଳି ଏକ ଖବର ସାମ୍ନାକୁ ଆସିଛି ।

7.ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ

ପୁରୀରେ ଯୁବ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ । ଏହି ଘଟଣାରେ ଜଣେ ଅଟକ ।

8.ନାବାଳିକାକୁ ଗଣ ଦୁଷ୍କର୍ମ, ନାବାଳକ ସାମିଲ ଥିବା ନେଇ ଅଭିଯୋଗ

ସୈତାନ ସାଜିଲା ସାଙ୍ଗ । ହାଇଦ୍ରାବାଦରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ସାଙ୍ଗ ସହ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

9.T20 World Cup: ଆଜି ପ୍ରଥମ ସେମି ଫାଇନାଲ, ମୁହାମୁହିଁ ହେବେ ପାକିସ୍ତାନ-ନ୍ୟୁଜିଲାଣ୍ଡ

ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଚାଲିଥିବା ଟି-ଟ୍ବେଣ୍ଟି ବିଶ୍ୱକପ ଅନ୍ତିମ ଚରଣରେ ପହଞ୍ଚିଛି । ଆଜି ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳାଯିବ । ଏଥିରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ପରସ୍ପରକୁ ଭେଟିବେ ।

10.Daman Abhiyan: ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆର ନିରାକରଣ ‘ଦମନ ଅଭିଯାନ’

ମାଓପ୍ରବଣ ମାଲକାନଗିରିରେ ମ୍ୟାଲେରିଆ ନେଉଥିଲା ଶହ ଶହ ଜୀବନ । ମ୍ୟାଲେରିଆକୁ ମାତ ଦେବା ପାଇଁ ସରକାର ଆରମ୍ଭ କରିଥିଲେ ‘ଦମନ ଅଭିଯାନ’ । ଏହି ଅଭିଯାନ ମାଧ୍ୟମରେ କିଛି ଡାକ୍ତର ଡଙ୍ଗାରେ ଆସି ଲୋକଙ୍କୁ ଯୋଗାଇଥିଲେ ସ୍ୱାସ୍ଥ୍ୟସେବା ଓ କରିଥିଲେ ସଚେତନ ।

ABOUT THE AUTHOR

...view details