ଓଡିଶା

odisha

By

Published : Oct 23, 2022, 7:37 AM IST

ETV Bharat / bharat

ETV Bharat Impact: ଦୀପାବଳିରେ ହସିଲା UPର ଉପାନ୍ତ ଗାଁ, ପ୍ରଥମ ଥର ଆଲୁଅରେ ପାଳିବ ଆଲୋକର ପର୍ବ

ସ୍ୱାଧୀନତା ପରଠାରୁ ଗ୍ରାମରେ ନଥିଲା ବିଦ୍ୟୁତ୍‌ ଯୋଗାଣ (first time diwali in etah nagla tulai)। ଇଟିଭି ଭାରତରେ ଗତବର୍ଷ ହୋଇଥିଲା ଖବର ପ୍ରସାରଣ । ବର୍ଷେ ଭିତରେ କାମ ଶେଷ କଲା ପ୍ରଶାସନ । ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୁଳି ଆଲୋକରେ ଦିପାବଳୀ ପାଳବେ ଗ୍ରାମବାସୀ । ଅଧିକ ପଢନ୍ତୁ

ସ୍ବାଧୀନତାର 75 ବର୍ଷ ପରେ ଦୀପାବଳୀ ପାଳିବ ଉପାନ୍ତ ଗ୍ରାମ
ସ୍ବାଧୀନତାର 75 ବର୍ଷ ପରେ ଦୀପାବଳୀ ପାଳିବ ଉପାନ୍ତ ଗ୍ରାମ

ଲକ୍ଷ୍ନୌ:ଉତ୍ତର ପ୍ରଦେଶର ଏଟା ଜିଲ୍ଲାର ଏକ ଉପାନ୍ତ ଗ୍ରାମ, ଯେଉଁଠାରେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବିଜୁଳି ଆଲୋକରେ ଦୀପାବଳି ପାଳନ କରିବାକୁ ଯାଉଛନ୍ତି ଗ୍ରାମବାସୀ (first time diwali in etah nagla tulai) । ସ୍ବାଧୀନତାର ଦୀର୍ଘ 75 ବର୍ଷ ବିତିଥିଲେ ସୁଦ୍ଧା ଜିଲ୍ଲାର ଆଲିଗଞ୍ଜ ବ୍ଲକର ନାଗଲା ତୁଲାଇ ଗାଁରେ ବିଦ୍ୟୁତିକରଣ ହୋଇପାରିନଥିଲା । ବିଜୁଳି ବ୍ୟବସ୍ଥାରୁ ବଞ୍ଚିତ ଥିଲେ ଗ୍ରାମବାସୀ । ଏନେଇ ଗତବର୍ଷ (2021)ରେ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ଗାଁକୁ ବିଦ୍ୟୁତ୍‌ ଯୋଗାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ସ୍ଥାନୀୟ ପ୍ରଶାସନ । ତେବେ ଏହି ବର୍ଷେ ମଧ୍ୟରେ ଏହି ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଶେଷ ହୋଇଛି । ଚଳିତ ଥର ଗ୍ରାମବାସୀ ପ୍ରଥମ ଥର ବିଜୁଳି ଆଲୋକରେ ଦିପାବଳୀ ପାଳନ କରିବାକୁ ଯାଉଥିବାରୁ ବେଶ ଖୁସି ଅଛନ୍ତି ।

ଗତବର୍ଷ ଖବର ପ୍ରସାରଣ କରିଥିଲା ଇଟିଭି ଭାରତ: ସ୍ବାଧୀନତାର 75 ବର୍ଷ ପରେ ବିଜୁଳି ଆଲୋକରେ ଚଳିତ ଦୀପାବଳୀ ପାଳିବ ଉପାନ୍ତ ଗ୍ରାମ

ସ୍ୱାଧୀନତା ପରଠାରୁ ଏଟା ଜିଲ୍ଲାର ଆଲିଗଞ୍ଜ ଅଞ୍ଚଳର ନାଗଲା ତୁଲାଇ ଗାଁରେ ବିଦ୍ୟୁତ ନଥିଲା । ଗତବର୍ଷ 2021 ମସିହାରେ, ଦିପାବଳୀ ସମୟରେ, ଇଟିଭି ଭରତ ଏହି ଖବରକୁ ଅଗ୍ରାଧିକାର ଭିତ୍ତିରେ ପ୍ରସାରଣ କରିଥିଲା । ଦୀର୍ଘ ବର୍ଷେ ପରେ ପ୍ରଶାସନ ତାର କାର୍ଯ୍ୟ ସାରିଛି । ଏଥର ଦୀପାବଳିରେ ଗ୍ରାମବାସୀ ଅନ୍ଧକାର ନୁହନ୍ତି ବରଂ ଆଲୋକରେ ପାଳନ କରିବାକୁ ଯାଉଛନ୍ତି । ଗାଁର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖମ୍ବ ବସାଯାଇ ପ୍ରତି ଘରକୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ସଂଯୋଗ କରାଯାଇଛି ।

ସ୍ବାଧୀନତାର 75 ବର୍ଷ ପରେ ଦୀପାବଳୀ ପାଳିବ ଉପାନ୍ତ ଗ୍ରାମ

ଏବେ ଗ୍ରାମବାସୀଙ୍କ ମଧ୍ୟରେ ଖୁସି କହିଲେ ନସରେ । ଉକ୍ତ ଗାଁର 60 ବର୍ଷୀୟା ଜଣେ ମହିଳା ଅନିକ ଶ୍ରୀ କହିଛନ୍ତି, ଯେ ବର୍ତ୍ତମାନ ଆମ ଗାଁକୁ ବିଦ୍ୟୁତ୍‌ ସଂଯୋଗ ଆସିଛି । ଏବେ ଆମର ପିଲାଙ୍କ ବିବାହ ମଧ୍ୟ ହେବା ସହଜ ହେବ । ଆମ ପିଲାମାନେ ସହଜରେ ପାଠ ମଧ୍ୟ ପଢି ପାରିବେ । ପୂର୍ବରୁ ଆମେ ଗ୍ରୀଷ୍ମରେ ପ୍ରବଳ ଗରମରେ ସିଝୁଥିବା ବେଳେ ଏବେ ପଙ୍ଖା ପବନ ପାଇ ପାରିବୁ । ଗାଁର ଅନ୍ୟ ଜଣେ ଅର୍ଜୁନ ସିଂ କହିଛନ୍ତି, ସେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଏବେ କାମରୁ ଫେରିଲେ ତାଙ୍କୁ ଟିକିଏ ଆରାମ ମିଳିବ । ତାଙ୍କ ପିଲାମାନେ ମୋବାଇଲ ଚାର୍ଜ କରିବାକୁ ପାଖ ଗ୍ରାମକୁ ଯାଉଥିଲେ । ଏବେ ସେମାନେ ସେଥିରୁ ମଧ୍ୟ ମୁକ୍ତି ପାଇବେ ।

ସ୍ବାଧୀନତାର 75 ବର୍ଷ ପରେ ଦୀପାବଳୀ ପାଳିବ ଉପାନ୍ତ ଗ୍ରାମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details