ଓଡିଶା

odisha

ETV Bharat / bharat

ETV Bal Bharat କୁ ମିଳିଲା ସମ୍ମାନଜନକ ANN ଆଓ୍ବାର୍ଡ

ETV ବାଲ ଭାରତକୁ ସମ୍ମାନଜନକ ପୁରସ୍କାର । ETV Bal Bharat କୁ ମିଳିଲା ସମ୍ମାନଜନକ ANN ଆଓ୍ବାର୍ଡ । ସର୍ବୋତ୍ତମ ପ୍ରି-ସ୍କୁଲ୍ ଶୋ ଆନିମେସନର ଉତ୍କୃଷ୍ଟ ବ୍ୟବହାର ପାଇଁ ମିଳିଲା ଆଓ୍ବାର୍ଡ । 2021 ଏପ୍ରିଲ 27 ତାରିଖରେ ହୋଇଥିଲା ଶୁଭାରମ୍ଭ । ଏକାଧିକ ଭାଷାରେ ପ୍ରସାରିତ କରୁଛି ଶିଶୁ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ପିଲାଙ୍କୁ ଉତ୍କୃଷ୍ଟ କାର୍ଯ୍ୟକ୍ରମ ଦେଖାଉଛି ଇଟିଭି ବାଲ ଭାରତ, କିଡସ ଆନିମେସନରେ ବର୍ଗରେ ହେଲା ସମ୍ମାନିତ
ପିଲାଙ୍କୁ ଉତ୍କୃଷ୍ଟ କାର୍ଯ୍ୟକ୍ରମ ଦେଖାଉଛି ଇଟିଭି ବାଲ ଭାରତ, କିଡସ ଆନିମେସନରେ ବର୍ଗରେ ହେଲା ସମ୍ମାନିତ

By

Published : Aug 30, 2022, 10:54 PM IST

ହାଇଦ୍ରାବାଦ:ଶିଶୁମାନଙ୍କୁ ଏକ ନୂତନ ମନୋରଞ୍ଜନ ପ୍ଲାଟଫର୍ମ ପ୍ରଦାନ କରୁଥିବା ETV ନେଟୱାର୍କ ଦ୍ୱାରା ପରିଚାଳିତ ETV ବାଲ ଭାରତ(ETV Bal Bharat)କୁ ସମ୍ମାନଜନକ ANN ପୁରସ୍କାରରେ ସମ୍ମାନିତ କରାଯାଇଛି । ଚ୍ୟାନେଲର ଅନେକ କାର୍ଯ୍ୟକ୍ରମକୁ ଉତ୍କର୍ଷତା ପାଇଁ ପ୍ରଶଂସା କରାଯାଇଛି । 26 ଅଗଷ୍ଟରେ ଏହି ପୁରସ୍କାର ମୁମ୍ବାଇରେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେଶର ସମସ୍ତ ଅଗ୍ରଣୀ ଶିଶୁଙ୍କ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣକାରୀ ଏବଂ ଅଗ୍ରଣୀ ଆନିମେସନ୍ ହାଉସ୍ ଯୋଗ ଦେଇଥିଲେ ।

ETV Bal Bharat କୁ ମିଳିଲା ସମ୍ମାନଜନକ ANN ଆଓ୍ବାର୍ଡ

ଏହି କାର୍ଯ୍ୟକ୍ରମର ଆୟୋଜନ କେବଳ ଆନିମେସନ ପ୍ରୋଗ୍ରାମ ପାଇଁ ଉଦ୍ଦିଷ୍ଟ ଥିଲା । ଭାରତରେ ଏହା ହେଉଛି ପ୍ରଥମ ପ୍ରିମିୟମ୍ ଆଓ୍ବାର୍ଡ, ଯେଉଁଠାରେ ଏହି କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ବର୍ଗରେ ଇଟିଭି ବାଲ ଭରତ(ETV Bal Bharat) ପୁରସ୍କୃତ ହୋଇଛି ।

ETV Bal Bharat କୁ ମିଳିଲା ସମ୍ମାନଜନକ ANN ଆଓ୍ବାର୍ଡ

ଅଗଷ୍ଟ 26 ରେ ମୁମ୍ବାଇର ସାହାରା ଷ୍ଟାର ହୋଟେଲରେ ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତର ସମସ୍ତ ଅଗ୍ରଣୀ ଶିଶୁଙ୍କ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣକାରୀ ଏବଂ ଅଗ୍ରଣୀ ଆନିମେସନ୍ ହାଉସ୍ ଯୋଗ ଦେଇଥିଲେ । ETV ବାଲ ଭାରତ ହେଉଛି ETV ନେଟୱାର୍କ ଦ୍ୱାରା ପରିଚାଳିତ ଏକ କାର୍ଟୁନ୍ ଚ୍ୟାନେଲ୍, ଯାହା ମୁଖ୍ୟତ ଛୋଟ ପିଲାମାନଙ୍କ ପାଇଁ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଏ ।

ଇଟିଭି ବାଲ ଭାରତକୁ 2021 ମସିହା ଏପ୍ରିଲ 27 ତାରିଖରେ ହିନ୍ଦୀ ଏବଂ ଇଂରାଜୀ ସମେତ 12 ଟି ଭାଷାରେ ଲଞ୍ଚ କରାଯାଇଥିଲା । ଏହି ଚ୍ୟାନେଲଟି ଇଂରାଜୀ, ଆସାମୀ, ବଙ୍ଗାଳା, ଗୁଜରାଟୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ ଏବଂ ତେଲୁଗୁ ଭାଷାରେ ଉପଲବ୍ଧ ହେବା ସହ ଏକାଧିକ ଶିଶୁ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରସାରିତ କରିଆସୁଛି ।

କେଉଁ ବର୍ଗରେ ପୁରସ୍କୃତ ହୋଇଛି ଇଟିଭି ବାଲ ଭାରତ:-

  • ସର୍ବୋତ୍ତମ ପ୍ରି-ସ୍କୁଲ୍ ଶୋ
  • ଆନିମେସନ ଉତ୍କୃଷ୍ଟ ବ୍ୟବହାର
  • ପୁସ-ଅପ୍ ଚ୍ୟାଲେଞ୍ଜ
  • ସୋସିଆଲ ମିଡିଆ ପୁରସ୍କାର
  • ସର୍ବୋତ୍ତମ ଆନିମେସନ୍ ଗୀତ
  • ଅଭିମନ୍ୟୁ ଦି ୟଙ୍ଗ ୱାରିଅର୍ କାର୍ଯ୍ୟକ୍ରମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details