ଓଡିଶା

odisha

ETV Bharat / bharat

ଗୁଜୁରାଟରେ ବିଜୟ ମୁହାଁ ବିଜେପି: ହତାଶ କଂଗ୍ରେସ, ବିଧାନସଭାରେ ପ୍ରଥମ ଥର ଏଣ୍ଟ୍ରି ମାରିବ ଆପ୍ ! - ଗୁଜୁରାଟରେ ହତାଶ କଂଗ୍ରେସ

ଗୁଜୁରାଟରେ ବିଜୟ ମୁହାଁ ବିଜେପି । ଗୁଜୁରାଟରେ ବିଜେପି ଐତିହାସିକ ବିଜୟ ଅଭିମୁଖେ ଅଗ୍ରସର ହେଉଛି । ହେଲେ ଏଥର ନିର୍ବାଚନରେ ଆପ୍‌ର ଏଣ୍ଟ୍ରି କଂଗ୍ରେସ ପାଇଁ ଭାରି ପଡିଛି । କଂଗ୍ରେସ ହାତରେ ଥିବା ଆସନରେ ଆଗୁଆ ରହିଛନ୍ତି ଆପ୍ ପ୍ରାର୍ଥୀ । ଅଧିକ ପଢନ୍ତୁ

ଗୁଜୁରାଟରେ ବିଜୟ ମୁହାଁ ବିଜେପି
ଗୁଜୁରାଟରେ ବିଜୟ ମୁହାଁ ବିଜେପି

By

Published : Dec 8, 2022, 1:00 PM IST

ଗାନ୍ଧୀନଗର:ଗୁଜୁରାଟରେ ବିଜୟ ମୁହାଁ ବିଜେପି । ଗୁଜୁରାଟରେ ଭାରତୀୟ ଜନତା ପାର୍ଟି(BJP) ଐତିହାସିକ ବିଜୟ ଦିଗରେ ଅଗ୍ରସର ହେଉଛି । ସଦ୍ୟତମ ଟ୍ରେଣ୍ଡକୁ ଲକ୍ଷ୍ୟ କଲେ ଶାସକ ବିଜେପି ରାଜ୍ୟରେ ବହୁମତ ହାସଲ କରି ପୁଣି ସରକାର ଗଠନ କରିବ ବୋଲି ଆକଳନ କରାଯାଇଛି । ତେବେ ଏବେ ସୁଦ୍ଧା ଆସିଥିବା ଫଳାଫଳ ଅନୁସାରେ ରାଜ୍ୟରେ ଏକ ବଡ ରାଜନୈତିକ ପରିବର୍ତ୍ତନର ମଧ୍ୟ ସଙ୍କେତ ଦେଉଛି । ଗୁଜୁରାଟରେ ସାଧାରଣତଃ ବିଜେପି ଓ କଂଗ୍ରେସ ମଧ୍ୟରେ ପାରମ୍ପରିକ ଲଢେଇ ଦେଖାଯାଏ । ମାତ୍ର ଚଳିତ ଥର କଂଗ୍ରେସର ସେତେଟା ଭଲ ପ୍ରଦର୍ଶନ ଦେଖିବାକୁ ମିଳୁନି । ବିଶେଷକରି ଗୁଜୁରାଟ ନିର୍ବାଚନ ମୈଦାନରେ ଆପ୍‌ର ଏଣ୍ଟ୍ରି କଂଗ୍ରେସ ଭୋଟବ୍ୟାଙ୍କ ପ୍ରଭାବିତ କରିଥିବା ଲକ୍ଷ୍ୟ କରାଯାଉଛି । ତେଣୁ ଏଥର ଗୁଜୁରାଟରେ କଂଗ୍ରେସକୁ ହତାଶ ହେବାକୁ ପଡିପାରେ ।

କଂଗ୍ରେସ ହାତରେ ଥିବା ସୌରାଷ୍ଟ୍ର ରିଜନରେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ଏଣ୍ଟ୍ରି ମାରିଛି । ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ସୌରାଷ୍ଟ୍ର ରିଜନରେ କଂଗ୍ରେସ ୩୦ ଆସନ ଦଖଲ କରିବାରେ ସଫଳ ହୋଇଥିଲା । ଯେତେବେଳେ କି ଭାରତୀୟ ଜନତା ପାର୍ଟିକୁ ମାତ୍ର ୧୮ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ନିର୍ବାଚନ ଆୟୋଗର ୱେବସାଇଟ ଅନୁସାରେ, ପ୍ରାରମ୍ଭିକ ଟ୍ରେଣ୍ଡରେ ଖମ୍ବଲିଆ ଆସନରେ ଆପ୍‌ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇଶୁଦାନ ଗଡଭି ବିଜେପି ପ୍ରାର୍ଥୀଙ୍କ ଠାରୁ ୨୨୫୩ ଭୋଟରେ ଆଗରେ ଚାଲୁଥିଲେ । ଚୋଟିଲା ଓ ବୋଟାଡ ଆସନରେ ମଧ୍ୟ ଆପ୍‌ ପ୍ରାର୍ଥୀ କରପଦା ରାଜୁଭାଇ ମେରମଭାଇ ଓ ମକୱାନା ଉମେଶ ନାରନଭାଇ (Makwana Umeshbhai Naranbhai) ଆଗରେ ଥିଲେ । ୨୦୧୭ ନିର୍ବାଚନରେ ଏହି ଆସନ ଗୁଡିକ କଂଗ୍ରେସ ପାଖରେ ଥିଲା ।

ସାରା ରାଜ୍ୟରେ ଆପ୍ ୫ଟି ଆସନରେ ଆଗୁଆ ରହିଛି । ସକାଳ ୧୦ଟା ସୁଦ୍ଧା ହୋଇଥିବା ଗଣତିରେ ନୂଆ କରି ଗୁଜୁରାଟରେ ନିର୍ବାଚନ ଲଢୁଥିବା ଆପ୍ ୧୩.୯୭ ପ୍ରତିଶତ ଭୋଟ ପାଇଥିଲା । ଯେତେବେଳେ କି ବିଜେପି ସପକ୍ଷରେ ୫୨.୮ ପ୍ରତିଶତ ଓ କଂଗ୍ରେସକୁ ୨୬.୮ ପ୍ରତିଶତ ପାଇଥିଲା । ତେଣୁ ଗୁଜୁରାଟରେ ଆପ୍‌ ପ୍ରତିଦ୍ବନ୍ଦିତା କରିବା କଂଗ୍ରେସ ପାଇଁ ବଡ କ୍ଷତି ହୋଇପାରେ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details