ନୂଆଦିଲ୍ଲୀ: ଚାଷୀ ହିଂସାର ଦୁଇଦିନ ପରେ ବନ୍ଦ ହେଲା ଲାଲକିଲ୍ଲା ମେଟ୍ରୋ ଷ୍ଟେସନ । ଜାମା ମସଜିଦ ମେଟ୍ରୋ ଷ୍ଟେସନରେ ପ୍ରବେଶ ଉପରେ ଲାଗିଲା ପ୍ରତିବନ୍ଧକ । ଏହାସହ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରିଦିଆଯାଇଛି । ଏନେଇ ଦିଲ୍ଲୀ ମେଟ୍ରୋ କରପୋରେସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏହାଛଡା ଅନ୍ୟ ସମସ୍ତ ଷ୍ଟେସନରେ ସାଧାରଣ ସେବା ଉପଲବ୍ଧ ରହିବ ବୋଲି ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଆଜି ସ୍ପଷ୍ଟ କରିଛନ୍ତି। ଏବେ ସୁଦ୍ଧା 37 ଜଣ ଚାଷୀ ନେତାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିବାବେଳେ , 394 ପୋଲିସ ଆହତ ହୋଇଛନ୍ତି ।
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି, ଲାଲକିଲ୍ଲା ମେଟ୍ରୋ ସେବା ବନ୍ଦ - ଲାଲକିଲ୍ଲା ମେଟ୍ରୋ ଷ୍ଟେସନ
ଚାଷୀ ହିଂସାର ଦୁଇଦିନ ପରେ ବନ୍ଦ ହେଲା ଲାଲକିଲ୍ଲା ମେଟ୍ରୋ ଷ୍ଟେସନ । ଜାମା ମସଜିଦ ମେଟ୍ରୋ ଷ୍ଟେସନରେ ପ୍ରବେଶ ଉପରେ ଲାଗିଲା ପ୍ରତିବନ୍ଧକ । ଏହାସହ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରିଦିଆଯାଇଛି ।
ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଟୁଇଟି କରିଛି ଯେ, ଲାଲ କିଲ୍ଲାର ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ଏବଂ ବାଇଗଣୀ ଲାଇନରେ ଥିବା ଜାମା ମସଜିଦ ମେଟ୍ରୋ ଷ୍ଟେସନର ପ୍ରବେଶ ଦ୍ବାର ବନ୍ଦ ରହିଛି। ଯାତ୍ରୀମାନେ ଜାମା ମସଜିଦ ମେଟ୍ରୋ ଷ୍ଟେସନର ପ୍ରସ୍ଥାନ ଫାଟକ ବ୍ୟବହାର କରିପାରିବେ ବୋଲି ଟ୍ବିଟରେ ଉଲ୍ଲେଖ ରହିଛି ।
ପୂର୍ବରୁ ମଙ୍ଗଳବାର ଚାଷୀଙ୍କ ଟ୍ରାକ୍ଟର ରାଲି ହିଂସାତ୍ମକ ରୂପ ନେବା ପରେ ଲାଲ କିଲ୍ଲା, ଆଇଟିଓ, ଜାମା ମସଜିଦ, ଦିଲ୍ଲୀ ଫାଟକ, ଇନ୍ଦ୍ରପ୍ରଥା ସମେତ କେନ୍ଦ୍ରୀୟ, ଉତ୍ତର ଏବଂ ପଶ୍ଚିମ ଦିଲ୍ଲୀର ବହୁ ସଂଖ୍ୟକ ମେଟ୍ରୋ ଷ୍ଟେସନ ବନ୍ଦ କରାଯାଇଥିଲା। ବୁଧବାର ବନ୍ଦ ହୋଇଥିବା ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ସେବା ବିଳମ୍ବିତ ରାତିରେ ପୁନଃ ଆରମ୍ଭ ହୋଇଥିଲା । ଗଣତନ୍ତ୍ର ଦିବସରେ ହିଂସା ପରେ ଅତିରିକ୍ତ ପାରାମିଲିଟାରୀ ଫୋର୍ସ ନିୟୋଜିତ ହେବା ସହିତ ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ବିଶେଷ କରି ଲାଲକିଲ୍ଲା ଏବଂ କୃଷକ ବିରୋଧ ସ୍ଥଳରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ, ଦିଲ୍ଲୀ ମେଟ୍ରୋରେ ପ୍ରାୟ 390 କିଲୋମିଟରର ଏକ ନେଟୱାର୍କରେ କାର୍ଯ୍ୟ କରୁଛି । ଯେଉଁଥିରେ 285 ଟି ଷ୍ଟେସନ୍ , 11 ଟି କରିଡର (NOIDA - ଗ୍ରେଟର NOIDA) ଅନ୍ତର୍ଭୂକ୍ତ ରହିଛି ।