ଓଡିଶା

odisha

ETV Bharat / bharat

ସୁପ୍ରିମକୋର୍ଟରେ କେନ୍ଦ୍ରର ଦାବି, 2021 ଶେଷ ସୁଦ୍ଧା ସରିବ ଟୀକାକରଣ - ସୁପ୍ରିମକୋର୍ଟ

ମାମଲା ଶୁଣାଣି ସମୟରେ 2021 ଶେଷ ସୁଦ୍ଧା 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କ ଟୀକାକରଣ ହେବ ବୋଲି ସୁପ୍ରିମକୋର୍ଟରେ ଦାବି କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟରେ କେନ୍ଦ୍ରର ଦାବି, 2021 ଶେଷ ସୁଦ୍ଧା ସରିବ ଟୀକାକରଣ
ସୁପ୍ରିମକୋର୍ଟରେ କେନ୍ଦ୍ରର ଦାବି, 2021 ଶେଷ ସୁଦ୍ଧା ସରିବ ଟୀକାକରଣ

By

Published : May 31, 2021, 4:32 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣକୁ ନେଇ ଦାଖଲ ଅନେକ ଯାଚିକା ଉପରେ ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ । ଗୋଟିଏ ମାମଲା ଶୁଣାଣି ସମୟରେ 2021 ଶେଷ ସୁଦ୍ଧା 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟୀକାକରଣ ହୋଇଯିବ ବୋଲି ଦାବି କରିଛନ୍ତି କେନ୍ଦ୍ର ସରକାର । ସରକାର କୋର୍ଟକୁ ଏହା ମଧ୍ୟ କହିଛନ୍ତି ଯେ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା 5 ପ୍ରତିଶତ ଲୋକଙ୍କୁ ଭ୍ୟାକ୍ସିନର ଦୁଇଟି ଡୋଜ ମିଳିପାରିଛି ।

ଏପଟେ ଅନେକ ବିଶେଷଜ୍ଞ ଦାବି କରିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଗତି ରହିଛି ଏହି ହିସାବରେ ଚଳିତ ବର୍ଷ ଶେଷସୁଦ୍ଧା ଜନସଂଖ୍ୟାର 35ରୁ 40 ପ୍ରତିଶତଙ୍କୁ ଭ୍ୟାକ୍ସିନ ଦିଆଯାଇ ପାରିବ ।

ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଛନ୍ତି ଯେ ବିଦେଶରୁ ଆଣ୍ଟି କୋଭିଡ ଟିକା କିଣିବା ପାଇଁ ଅନେକ ରାଜ୍ୟ ଗ୍ଲୋବାଲ ଟେଣ୍ଡର ଜାରି କରୁଛନ୍ତି । କଣ ଏହା ସରକାରଙ୍କ ନୀତି ? ଏହାର ଉତ୍ତରରେ କେନ୍ଦ୍ର କହିଛି ଯେ ସମଗ୍ର ଜନସମୁଦାୟଙ୍କୁ 2021 ଶେଷ ସୁଦ୍ଧା ଟିକା ଦିଆଯିବ । ଫାଇଜର ଭଳି କମ୍ପାନୀ ସହିତ କେନ୍ଦ୍ର ଆଲୋଚନା କରୁଛି । ଯଦି ଏହି ଆଲୋଚନା ସଫଳ ହୁଏ, ତେବେ ବର୍ଷ ଶେଷ ସୁଦ୍ଧା ଟୀକାକରଣ ସମାପ୍ତ କରିବାର ସମୟ ସୀମା ମଧ୍ୟ ବଦଳିଯିବ ।

ଟୀକାକରଣ ପାଇଁ କୋଭିନ ଆପର ବାଧ୍ୟତାମୂଳକ ପଞ୍ଜୀକରଣ ଉପରେ କୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ । ଗ୍ରାମାଞ୍ଚଳର ଲୋକେ ଏଥିରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି କହିଛନ୍ତି କୋର୍ଟ । ନୀତି ନିର୍ମାତାମାନେ ଗ୍ରାଉଣ୍ଡ୍‌ ସ୍ଥିତି ବିଷୟରେ ଅବଗତ ହେବା ଉଚିତ୍ । ସବୁଠୁ ବଡ କଥା ହେଉଛି ଯେ ମେ ମାସରେ ଟୀକାକରଣର ଗତି ଏପ୍ରିଲ ତୁଳନାରେ ହ୍ରାସ ପାଇଛି । ଏପ୍ରିଲରେ ଯେଉଁଠାରେ ପ୍ରତିଦିନ 25 ଲକ୍ଷ ଟିକା ଦିଆଯାଉଥିଲା ସେଠି ମେ ମାସରେ ଦୈନିକ 15 ଲକ୍ଷକୁ ଖସି ଆସିଛି ।

ABOUT THE AUTHOR

...view details