କୋଲକାତା: କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବ୍ୟବହୃତ ହେଉଥିବା କୋଭାକ୍ସିନ ଟିକାର ଫଳପ୍ରଦତାକୁ ଚର୍ଚ୍ଚା ଜୋର ଧରିଛି । କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କୁ ଭ୍ୟାକ୍ସିନେଟେଡ ଭାବେ ଗ୍ରହଣ କରୁନାହାନ୍ତି ଅନେକ ବିଦେଶ । ଏଭଳି ଖବର ଉପୁଜିବା ପରେ ବିଶ୍ବସ୍ତରରେ କୋଭାକ୍ସିନ ଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦି ନିଶ୍ଚିତ କରାନ୍ତୁ ବୋଲି ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) କୋଭାକ୍ସିନକୁ ଟୀକାକରଣ ପାଇଁ ଏଯାବତ ଅନୁମୋଦନ ଦେଇନାହିଁ । ଏହି ଟିକା ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭାକ୍ସିନକୁ ଟୀକାକରଣ ପାଇଁ ଅନୁମତି ଦେଇନଥିବାରୁ ବିଦେଶରେ ମଧ୍ୟ ଏହି ଟିକାକୁ ଗ୍ରହଣ କରାଯାଇନାହିଁ । DGCIର ଅନୁମୋଦନ ପରେ ଭାରତରେ କୋଭାକ୍ସିନ ଟିକାକୁ ବ୍ୟବହାର କରାଯାଉଛି । ବିଦେଶରେ କୋଭାକ୍ସିନ ଟିକାକୁ ଗ୍ରହଣ କରାଯାଇନଥିବାରୁ ଏହି ଟିକାକୁ ନେଇ ପ୍ରଶ୍ନ ଉଠିଛି ।