ଓଡିଶା

odisha

ETV Bharat / bharat

ଚାକିରି ଛାଡ଼ି ବିରିୟାନୀ ଷ୍ଟଲ ଖୋଲିଲେ ଇଞ୍ଜିନିୟର

ହରିୟାଣାରେ ଦୁଇ ଜଣ ଇଞ୍ଜିନିୟର ଯୁବପିଢ଼ିଙ୍କ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଇଞ୍ଜିନିୟର ଚାକିରି ଛାଡ଼ି ଦୁହେଁ ବିରିୟାନୀ ଷ୍ଟଲ ଖୋଲିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢ଼ନ୍ତୁ

By

Published : Mar 11, 2022, 2:06 PM IST

engineers quit job to sell biryani in hariyana
ଚାକିରୀ ଛାଡ଼ି ବିରିୟାନୀ ଷ୍ଟଲ ଖୋଲିଲେ ଇଞ୍ଜିନିୟର

ଚଣ୍ଡିଗଡ଼: ପ୍ରାୟତଃ ଇଞ୍ଜିନିୟର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଚାକିରି ନେଇ ଅନେକ ସମସ୍ୟା ଦେଖାଯାଇଥାଏ । କିନ୍ତୁ ହରିୟାଣାରେ ଦୁଇ ଜଣ ଇଞ୍ଜିନିୟର ଯୁବପିଢ଼ିଙ୍କ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଇଞ୍ଜିନିୟର ଚାକିରି ଛାଡ଼ି ଦୁହେଁ ବିରିୟାନୀ ଷ୍ଟଲ ଖୋଲିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ହରିୟାଣାର ଦୁଇ ଇଞ୍ଜିନିୟର ରୋହିତ ଓ ସଚିନ ‘ଇଞ୍ଜିନିୟର୍ସ ଭେଜ ବିର୍‌ୟାନୀ’ ନାମକ ଛୋଟ ଷ୍ଟଲ ଖୋଲିଛନ୍ତି । ରୋହିତ ଜଣେ ପଲିଟେକନିକ ଛାତ୍ର ଏବଂ ସଚିନ ବିଟେକ କରିଛନ୍ତି । କିନ୍ତୁ ଦୁହେଁ ନିଜ ଚାକିରିକୁ ନେଇ ଖୁସି ନ ଥିଲେ । ଚାକିରିରେ ପାଉଥିବା ବେତନ ସେମାନଙ୍କୁ ଆତ୍ମ ସନ୍ତୋଷ ଦେଇନଥିଲା । ତେଣୁ ଉଭୟେ ଚାକିରି ଛାଡ଼ିବା ପାଇଁ ମନସ୍ଥ କରିଥିଲେ । କିଛି ଦିନ ପରେ ନିଜସ୍ବ ଏକ ଛୋଟ ବ୍ୟବସାୟ ଆରମ୍ଭ କଲେ ।

ତେବେ ଏହି ବିରିୟାନୀ ବ୍ୟବସାୟରେ ସେମାନଙ୍କ ଭଲ ଆୟ ହେଉଥିବା ସେମାନେ କହିଛନ୍ତି । ହରିୟାଣାର ସୋନିପତ ଅଞ୍ଚଳରେ ଏହି ଦୁଇ ଯୁବ ଇଞ୍ଜିନିୟର ନିଜ ବିରିୟାନୀ ଷ୍ଟଲ ପକାଇଥାନ୍ତି । ସେମାନେ ବିକ୍ରି କରୁଥିବା ବିରୟାନୀ ବିନା ତେଲରେ ପ୍ରସ୍ତୁତ ହେଉଛି । ହାଫ ପ୍ଲେଟର ମୂଲ୍ୟ ୫୦ ଟଙ୍କା ଥିବାବେଳେ ଫୁଲ ପ୍ଲେଟର ମୂଲ୍ୟ ୭୦ ଟଙ୍କା ରଖାଯାଇଛି ।

ଚାକିରି ବେତନଠାରୁ ବିରୟାନୀ ବ୍ୟବସାୟରେ ଢେର ଗୁଣ ଅଧିକ ଆୟ କରୁଛନ୍ତି । ତେଣୁ ଉଭୟ ଏହି ବ୍ୟବସାୟ ବଢ଼ାଇବାକୁ ଯୋଜନା କରୁଛନ୍ତି । ସେମାନଙ୍କ ଦ୍ବାରା ଏହି ଭିନ୍ନ ପ୍ରକାର ବିରୟାନୀକୁ ଗ୍ରାହକ ଖୁବ୍‌ ପସନ୍ଦ କରିବା ସହ ଷ୍ଟଲରେ ଅନେକ ଭିଡ଼ ଲାଗୁଥିବା ସେମାନେ କହିଛନ୍ତି ।

ABOUT THE AUTHOR

...view details