ଓଡିଶା

odisha

By

Published : Mar 7, 2023, 1:30 PM IST

ETV Bharat / bharat

Engineering student murder: ମୁଖ୍ୟ ଅଭିଯୁକ୍ତର ଗାର୍ଲ ଫ୍ରେଣ୍ଡକୁ ଗିରଫ କଲା ପୋଲିସ

ହାଇଦ୍ରାବାଦରେ ଇଞ୍ଜିନିୟର ଛାତ୍ରଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ। ପ୍ରେମକୁ ନେଇ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ । ତିନି ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ:ପ୍ରେମ ପାଇଁ ହାଇଦ୍ରାବାଦରେ ବୀଭତ୍ସ ହତ୍ୟାକାଣ୍ଡ । ନିଜ ପ୍ରେମକୁ ଅସୁରକ୍ଷିତ ମନେ କରି ବନ୍ଧୁକୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଦେଇଥିଲା ଅଭିଯୁକ୍ତ ହରିହର କ୍ରିଷ୍ଣା । ନବୀନଙ୍କୁ ହତ୍ୟା ପରେ ଶରୀରରୁ ମୁଣ୍ଡ ଓ ଆଙ୍ଗୁଠିକୁ ଅଲଗା କରି ହାର୍ଟ କାଢି ଦେଇଥିଲା ଅଭିଯୁକ୍ତ । ଗତ 17 ତାରିଖ ଦିନ ହାଇଦ୍ରବାଦର ଅବଦୁଲ୍ଲାପୁରମେଟରେ ଏହି ଲୋମଟାଙ୍କୁପରା ଘଟଣା ଘଟିଥିବା ବେଳେ ଏହାର ତଦନ୍ତ କରି ଚାଞ୍ଚଲ୍ୟ କର ଖୁଲାସା କରିଛି ପୋଲିସ । ହତ୍ୟାକାଣ୍ଡରେ କେବଳ ପେରାଲା ହରିହର କ୍ରିଷ୍ଣା ନୁହଁନ୍ତି ବରଂ ତାଙ୍କ ଗାର୍ଲ ଫ୍ରେଣ୍ଡ ମଧ୍ୟ ସାମିଲ ଅଛନ୍ତି । ତାଙ୍କୁ ଅଭିଯୁକ୍ତ ଦର୍ଶାଇ ପୋଲିସ ଗିରଫ କରିଛି । ଏଥିସହ ମୁଖ୍ୟ ଅଭିଯୁକ୍ତର ଅନ୍ୟ ଜଣେ ବନ୍ଧୁ ହାସନକୁ ମଧ୍ୟ ଗିରଫ କରାଯାଇଛି ।

ଏନେଇ ଏଲବି ନଗର ଡିସିପି କହିଛନ୍ତି ଯେ, "ନବୀନଙ୍କ ସହ କ୍ରିଷ୍ଣାଙ୍କ ଗାର୍ଲଫ୍ରେଣ୍ଡ କଥା ହେବାରୁ ସେ ତାଙ୍କୁ ହତ୍ୟା କରିଥିଲା । ଏନେଇ କୃଷ୍ଣ ବିରୋଧରେ ମାମଲା ରୁଜୁ ହୋଇଥିଲା । ବର୍ତ୍ତମାନ ଏହି ହତ୍ୟାକାଣ୍ଡ ମାମଲାରେ ଦ୍ବିତୀୟ ଅଭିଯୁକ୍ତ ଭାବେ ହାସନ ଓ ଅଭିଯୁକ୍ତ କ୍ରିଷ୍ଣାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ତୃତୀୟ ଅଭିଯୁକ୍ତ ଭାବେ FIR କପିରେ ଦର୍ଶାଯାଇ ଗିରଫ କରାଯାଇଛି । ଫେବୃଆରୀ 17ରେ ହରିହର କ୍ରିଷ୍ଣା ନବୀନଙ୍କୁ ହାଇଦ୍ରାବାଦ ଉପକଣ୍ଠ ଅବଦୁଲ୍ଲାପୁରମେଟର ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା । ସେଠାରେ ସେ ନବୀନଙ୍କୁ ହତ୍ୟା କରିବା ପରେ ଶରୀରରୁ ମୁଣ୍ଡ, ହାର୍ଟ, ଆଙ୍ଗୁଠିକୁ ଅଲଗା କରିଦେଇଥିଲା ।

ଏହାପରେ ଅଭିଯୁକ୍ତ ନବୀନର ମୃତ ଶରୀର ଖଣ୍ଡକୁ ଏକ ବ୍ୟାଗରେ ଧରି ବାଇକ ଯୋଗେ ହାସନର ଘର ବ୍ରହ୍ମପାଲିକୁ ଯାଇଥିଲା ଅଭିଯୁକ୍ତ । ହାସନର ସାହାଯ୍ୟ ନେଇ ମେନେଗୁଡା ଆଖପାଖ ଅଞ୍ଚଳରେ ମୃତ ଶରୀର ଖଣ୍ଡକୁ ଫୋପାଡି ଥିଲା ମୁଖ୍ୟ ଅଭିଯୁକ୍ତ । ଏହାପରେ ହାସନର ଘରକୁ ଫେରି ସାର୍ଟ ବଦଳାଇ ଥିଲା କ୍ରୀଷ୍ଣା । 18 ତାରିଖ ଦିନ ସକାଳ ସମୟରେ ବିଏନ ରେଡ୍ଡୀରେ ରହୁଥିବା ଗାର୍ଲ ଫ୍ରେଣ୍ଡ ପାଖକୁ ଯାଇଥିଲା ଅଭିଯୁକ୍ତ । ସେଠାରେ ପୁରା ଘଟଣା ସମ୍ପର୍କରେ ତାଙ୍କୁ କହିବା ପରେ ତାଙ୍କଠାରୁ 1500 ଟଙ୍କା ନେଇ ସେଠାରୁ ଚାଲିଯାଇଥିଲା ଅଭିଯୁକ୍ତ କ୍ରିଷ୍ଣା ।"

ଗତ ଫେବୃଆରୀ 20 ତାରିଖ ସନ୍ଧ୍ୟାରେ ସେ ପୁଣି ଥରେ ନିଜ ଗାର୍ଲଫ୍ରେଣ୍ଡକୁ ନବୀନକୁ ହତ୍ୟା କରିଥିବା ସ୍ଥାନକୁ ନେଇଥିଲା ଏବଂ ଦୂରରୁ ନବୀନଙ୍କ ମୃତଦେହ ଦେଖାଇଥିଲା । ଏହାପରେ ସେ ତାଙ୍କୁ ଘରେ ଛାଡି ଚାଲିଯାଇଥିବା କହିଛନ୍ତି ଡିସିପି ।

ABOUT THE AUTHOR

...view details