ଓଡିଶା

odisha

By

Published : Jul 26, 2022, 10:08 PM IST

ETV Bharat / bharat

ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ମଳିବା ପରେ ବାପାଙ୍କ ହ୍ବାଟ୍ସଆପକୁ ଆସିଲା ମୁଣ୍ଡକାଟ ମେସେଜ, SIT ଗଠନ ନିର୍ଦ୍ଦେଶ

ରେଳ ଧାରଣାରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ମଳିବା ପରେ ବାପାଙ୍କ ହ୍ବାଟ୍ସଆପକୁ ଅଜଣା ନମ୍ବରରୁ ଆସିଲା ମୁଣ୍ଡକାଟ ମେସେଜ । SIT ତଦନ୍ତ ନିର୍ଦ୍ଦେଶ ଦେଲେ ମଧ୍ୟ ପ୍ରଦେଶ ସରକାର । ଜିହାଦୀ ଗୋଷ୍ଠୀର ହାତ ଥିବା ସନ୍ଦେହ । ଅଧିକ ପଢନ୍ତୁ

ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ମଳିବା ପରେ ବାପାଙ୍କ ହ୍ବାଟ୍ସଆପକୁ ଆସିଲା ମୁଣ୍ଡକାଟ ମେସେଜ, SIT ତଦନ୍ତ ନିର୍ଦ୍ଦେଶ
ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ମଳିବା ପରେ ବାପାଙ୍କ ହ୍ବାଟ୍ସଆପକୁ ଆସିଲା ମୁଣ୍ଡକାଟ ମେସେଜ, SIT ତଦନ୍ତ ନିର୍ଦ୍ଦେଶ

ଭୋପାଳ: ମଧ୍ୟ ପ୍ରଦେଶର ରାଇସେନ ଜିଲ୍ଲାରେ ରେଳ ଧାରଣାରୁ ଜଣେ 20 ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ପରେ ତଦନ୍ତ ପାଇଁ SIT ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମୃତଦେହ ମିଳିବାର କିଛି ସମୟ ପରେ ମୃତକଙ୍କ ବାପାଙ୍କ ହାତରେ ଲାଗିଛି ହ୍ବାଟ୍ସଆପରେ ଆସିଥିବା ନିର୍ମମ ହତ୍ୟାର ମେସେଜ । ଯେଉଁଥିରେ ତାଙ୍କ ପୁଅର ମୁଣ୍ଡକାଟ କରି ସଜ୍ଜା ଦିଆଯାଇଥିବା ଉଲ୍ଲେଖ କରାଯାଇଛି ।

ପ୍ରାଥମିକ ତଥା ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ ସନ୍ଦେହ କରୁଥିଲା । ତେବେ ମୃତଦେହ ମିଳିବାର କିଛି ସମୟ ମଧ୍ୟରେ ଏପରି ମସେଜ ଆସିବା ଫଳରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହକୁ ଦୃଢୀଭୂତ କରିଛି । ଏହି ହତ୍ୟାକାଣ୍ଡ ପଛରେ ଧାର୍ମିକ ବିବାଦୀୟ ଦିଗ ଓ ଜିହାଦୀ ସଂଗଠନର ଭୂମିକା ଥିବା ସନ୍ଦେହ କ୍ରମଶଃ ଘନୀଭୂତ ହେବା ପରେ ରାଜ୍ୟ ସରକାର ତଦନ୍ତ ପାଇଁ SIT ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ର ସ୍ଥାନୀୟ ଅଞ୍ଚଳର 20 ବର୍ଷୀୟ ନିଶଙ୍କ ରାଥୋଡ । ନିଶକଙ୍କ ମୃତଦେହ ରବିବାର ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ରେଳ ଧାରଣାରୁ ଉଦ୍ଧାର ହୋଇଥିଲା । ତେବେ ଏହି ଘଟଣାର କିଛି ସମୟ ପରେ ଏକ ଅଜଣା ନମ୍ବରରୁ ଏକ ଧମକପୂର୍ଣ୍ଣ ମେସେଜ ଆସିଥିବା ଦେଖିବାକୁ ପାଇଥିଲେ ନିଶଙ୍କଙ୍କ ପିତା ଉମାଶଙ୍କର ରାଥୋଡ । ମେସେଜରେ ନିଶଙ୍କର ହତ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ବେଳେ, ଏହାର ଏକମାତ୍ର ସଜ୍ଜା କେବଳ ମୁଣ୍ଡକାଟ ବୋଲି ଲେଖାଥିବା ଦେଖିବାକୁ ମିଲିଥିଲା ।

ଘଟଣା ସମ୍ପର୍କରେ ଜଣାପଡିବା ପରେ ମଧ୍ୟ ପ୍ରଦେଶ ସରକାର ଏହାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି । ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ପୋଲିସ ବିଭାଗକୁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) ଗଠନ କରି ମାମଲାର ତ୍ବରିତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମେସେଜ ଆସିଥିବା ନମ୍ବର ଜରିଆରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି SIT । ତେବେ ଏଥିରେ ପ୍ରଫେଟ ମହମ୍ମଦ ବିବାଦ ପରି ଘଟଣା ଥିବା ଓ ଜିହାଦୀ ଗୋଷ୍ଠୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details