ଡେରାଡୁନ: ନନ୍ଦାଦେବୀ ନ୍ୟାସନାଲ ପାର୍କକୁ ଉତ୍ପତି ହୋଇଥିବା ଋଷିଗଙ୍ଗାର ଉପର ମୁଣ୍ଡରେ ହିମସ୍ଖଳନ ଯୋଗୁଁ ଦେବଭୂମିରେ ଦେଖାଦେଇଥିଲା ଜଳ ପ୍ରଳୟ । ଏବେସୁଦ୍ଧା ୩୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇସାରିଥିବା ବେଳେ ଅନେକ ଏବେ ବି ନିଖୋଜ ରହିଛନ୍ତି । ହିମସ୍ଖଳନ ଯୋଗୁଁ ଋଷି ଗଙ୍ଗା ଓ ଧଉଳି ଗଙ୍ଗା ସଙ୍ଗମ ସ୍ଥଳରେ ଅବସ୍ଥିତ ରୈଣୀ ଗାଁ ନିକଟରେ ଥିବା ଋଷି ଗଙ୍ଗା ଜଳବିଦ୍ୟୁତ ପ୍ରୋଜେକ୍ଟ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
ହିମସ୍ଖଳନ ଘଟଣାରେ ପ୍ରୋଜେକ୍ଟର ଜେନେରାଲ ମ୍ୟାନେଜର ତଥା କାଶ୍ମୀର ବାସିନ୍ଦା ବଶାରତ ଜରଗର ଏବେ ବି ନିଖୋଜ ରହିଛନ୍ତି । ବାପାଙ୍କୁ ଖୋଜିବା ପାଇଁ ଚାମୋଲିସ୍ଥିତ ରୈଣୀ ଗାଁରେ ପହଞ୍ଚିଛନ୍ତି ବଶାରତଙ୍କ ପୁଅ ସାଲିକ ଜରଗର । ତେବେ ଖୁବ ଶୀଘ୍ର ତାଙ୍କ ବାପା ମିଳିବା ନେଇ ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।