ଅହମ୍ମଦାବାଦ:ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ବାଂଲାଦେଶରୁ ଆବୁଧାବି ଯାଉଥିବା ବିମାନ । ଏୟାର ଆରବିଆ ଏୟାର-ଲାଇନ୍ସର ବିମାନର ଗୋଟିଏ ଇଞ୍ଜିନରେ ତ୍ରୁଟି ଦେଖାଯିବା ଫଳରେ ବିମାନଟି ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ଏହି ଘଟଣାରେ ବେସାମରିକ ଉଡାଣ ମନ୍ତ୍ରଣାଳୟ (DGCA) ତଦନ୍ତ ନିର୍ଦ୍ଦେଶ ଦେଇଛି ।
କେଉଁ ପରିସ୍ଥିତିରେ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲା ତାର ତଦନ୍ତ କରାଯିବା । ପ୍ରାଥମିକ ତଦନ୍ତ DGCAର ଏୟାରକ୍ରାଫ୍ଟ ତଦନ୍ତକାରୀ ବ୍ୟୁରୋକୁ ହସ୍ତାନ୍ତର କରାଯାଇଛି । ସାଉଦି ଆରବିଆ ଏୟାର ଲାଇନ୍ସର A320- A6-AOT ବିମାନଟି ବାଂଲାଦେଶରୁ ଉଡାଣ ଭରିଥିଲା । ଭାରତୀୟ ଆକାଶ ସୀମାରେ ଉଡୁଥିବା ବେଳେ ବିମାନର ଗୋଟିଏ ଇଞ୍ଜିନରେ କିଛି ଯାନ୍ତ୍ରିକ ତ୍ରୁଟିଥିବା ସୂଚନା ପାଇଥିଲେ ବିମାନର ବୈଷୟିକ ଟିମ । ବିମାନରେ ECAM ଚେତାବନୀ ମଧ୍ୟ ଜାରି ହୋଇଥିଲା । ପରେ ବିମାନଟି ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ।