ଶ୍ରୀନଗର: ସୀମାରେ ଥମୁନି ଏନକାଉଣ୍ଟର। ଚାଲିଛି ଆତଙ୍କୀ ନିପାତ ଅଭିଯାନ। ଗୁରୁବାର ରାତିରୁ ଜମ୍ମୁକାଶ୍ମୀର ସୋପିଆନରେ ଆତଙ୍କୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ 3 ଆତଙ୍କୀ ନିପାତ ହୋଇଛି। ଏନେଇ ଜାମ୍ମୁକାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି।
ଏହାସହ 2 ପୋଲିସ ଅଫିସର ଶହୀଦ ହୋଇଛନ୍ତି। ଶହୀଦ ପୋଲିସଙ୍କ ନାମ ଅଲତାଫ ଅହମ୍ମଦ ଓ ଆହତ ଜଣକ ହେଲେ ମାନଜୁର୍ ଅହମ୍ମଦ ବୋଲି ଜଣାପଡିଛି। ତେବେ ମିଳିତ ବାହିନୀ ଆତଙ୍କୀ ଲୁଚିଥିବା ସ୍ଥାନକୁ ଯିବା ବେଳେ ସେମାନେ ଗୁଳି ଚଳାଇଥିଲେ।
ସୋପିଆନ ଏନକାଉଣ୍ଟରରେ ଜଣେ ପୋଲିସ ଶହୀଦ ଓ 3 ଆତଙ୍କୀ ସଫା ସୂଚନା ଥାଉକି, ଗୁରୁବାର ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହାସହ ଗୁଳିବିନିମୟ ଆରମ୍ଭ ହେବା ସହ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଥିଲା।
ସୋପିଆନ ଏନକାଉଣ୍ଟରରେ 2 ପୋଲିସ ଶହୀଦ ଓ 3 ଆତଙ୍କୀ ସଫା ପୋଲିସର ଖବର ଅନୁସାରେ, ସୋପିଆନର ବଡଗାମରେ ଏନକାଉଣ୍ଟର ଆରମ୍ଭ ହୋଇଛି। ପୋଲିସ ଏବଂ ସୁରକ୍ଷା ବାହିନୀ ଏହି ସର୍ଚ୍ଚ ଅପରେସନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।