ରାୟପୁର: ଛତିଶଗଡ ସୁକମାରେ ନକ୍ସଲ ଓ ଯବାନ ମୁହାଁମୁହିଁ । ଉଭୟ ପକ୍ଷରୁ ଜାରି ରହିଛି ଗୁଳିବିନିମୟ । ଏହି ଏନକାଉଣ୍ଟରରେ ଜଣେ କୋବ୍ରା ବାଟାଲିୟନର ଯହାନ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ଏନକାଉଣ୍ଟର ଜାର ରହିଥିବା ସୂଚନା ।
ଶୁକ୍ରବାର ଛତିଶଗଡର ମାଓପ୍ରବଣ ସୁକମାରେ ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାବାହୀନୀ ମୁହାଁମୁହିଁ ହୋଇଛନ୍ତି। ସିଆରପିଏଫ କୋବ୍ରା ବାଟାଲିୟନ କୁମ୍ବିଂ ଅପରେସନରେ ଯାଇଥିବାବେଳେ ନକ୍ସଲଙ୍କ ସହିତ ଆମନା ସାମନା ହୋଇଛନ୍ତି । ଏଥିରେ ଜଣେ ସିଆରପିଏଫ ଜବାନ ଆହତ ହୋଇଛନ୍ତି ।