ଓଡିଶା

odisha

By

Published : Jul 23, 2022, 10:58 PM IST

ETV Bharat / bharat

Kulgam Encounter: କାଶ୍ମୀର କୁଲଗାମରେ ଏନକାଉଣ୍ଟର ଆରମ୍ଭ

କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ । ସୂଚନା ଦେଲା ପୋଲିସ । ଅଧିକ ପଢନ୍ତୁ

Kulgam Encounter: କାଶ୍ମୀର କୁଲଗାମରେ ଏନକାଉଣ୍ଟର ଆରମ୍ଭ
Kulgam Encounter: କାଶ୍ମୀର କୁଲଗାମରେ ଏନକାଉଣ୍ଟର ଆରମ୍ଭ

ଶ୍ରୀନଗର:ଦକ୍ଷିଣ କାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଆଜି ବିଳମ୍ବିତ ସଂଧ୍ୟାରେ ଉକ୍ତ ସ୍ଥାନରେ ଆତଙ୍କୀ ଗତିବିଧି ନେଇ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ଓ ସ୍ଥାନୀୟ ପୋଲିସର ମିଳିତ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ଜାରି ରହିଛି । ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ସ୍ପଷ୍ଟ କରିନି ପୋଲିସ ।

ଉକ୍ତ ସ୍ଥାନକୁ ଘେରବନ୍ଦୀ କରି ଲୁଚିଥିବା ଆତଙ୍କବାଦୀଙ୍କୁ ନିପାତ କରିବା କିମ୍ବା ଗିରଫ କରିବା ପାଇଁ ପ୍ରୟାସ କରୁଛି ସୁରକ୍ଷା ବାହିନୀ । ତେବେ ଘାଟିରେ ଆତଙ୍କୀ ବିରୋଧୀ ମିଶନକୁ ଜୋରଦାର କରିବାରେ ଲାଗିଛି ସୁରକ୍ଷା ବଳ । କ୍ରମାଗତ ସର୍ଚ୍ଚ ଅପରେସନ ଓ ଗୁଇନ୍ଦା ସଂସ୍ଥାର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ବର୍ଷ ଆରମ୍ଭରୁ ଏକାଧିକ ଏନକାଉଣ୍ଟରରେ ବହୁ ଆତଙ୍କୀ ନିପାତ ମଧ୍ୟ ହୋଇସାରିଲେଣି ।ଘାଟିରେ ଆତଙ୍କୀଙ୍କ ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ମଧ୍ୟ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details