ଓଡିଶା

odisha

By

Published : Jan 15, 2023, 11:41 AM IST

Updated : Jan 15, 2023, 12:11 PM IST

ETV Bharat / bharat

Encounter In Budgam: ବଡଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ

ଜମ୍ମୁ କାଶ୍ମୀରର ବଡଗାମ ଜିଲ୍ଲାର ରେଡବୁଗ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ । ଅଧିକ ପଢନ୍ତୁ

Encounter in Budgam
Encounter in Budgam

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀରର ବଡଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ମାଗାମ ଅଞ୍ଚଳର ରେଡବୁଗରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବଡଗାମ ଜିଲ୍ଲାର ରେଡବୁଗ ଅଞ୍ଚଳରେ ଆତଙ୍କି ଲୁଚି ରହିଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ସୁରକ୍ଷାବାହିନୀ । ଏହାପରେ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିବା ସମୟରେ ଆତଙ୍କବାଦୀ ଗୁଳି ଚଳାଇଥିଲେ ଯବାବାରେ ସୁରକ୍ଷାବାହିନୀ ଗୁଳି ଚଳାଇଥିଲେ । ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଥିବା ବେଳେ ପୋଲିସ ଓ ସୁରକ୍ଷାବାହିନୀ ନିୟୋଜିତ ଥିବା କାଶ୍ମୀର ଜୋନ ପୋଲିସ ଟ୍ବିଟ କରି ସୂଚନା ପ୍ରଦାନ କରିଛି ।

ଏହା ପୂର୍ବରୁ ଜାନୁଆରୀ ପ୍ରଥମ ସପ୍ତାହରେ ରଜୌରୀରେ ଦାଙ୍ଗୀର ଗ୍ରାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା । ଦାଙ୍ଗୀର ଗ୍ରାମରେ ୩ଟି ଘରେ ଗୁଳିମାଡ କରିବାରୁ ୫ ଜଣଙ୍କର ମୃତ୍ୟୁ ହେବା ସହ ୫ଜଣ ଗୁରୁତର ହୋଇଥିଲେ । ଏହି ଘଟଣାର ପରଦିନ ପୁଣି ରଜୌରୀରେ ଭୟଙ୍କର ଆଇଡି ବିସ୍ଫୋରଣ ହୋଇଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ ଆଉ ଜଣେ ଶିଶୁ ରହିଥିଲେ । ଘଟଣାର ତଦନ୍ତ କରାଯିବା ପରେ ଆତଙ୍କବାଦୀ ଏହି ବିସ୍ଫୋରଣ ଘଟାଇଥିବା ଜଣାପଡିଥିଲା ।

ତେବେ ଗତ ୨୦୨୨ରେ ଘାଟିରେ ଆତଙ୍କବାଦ ନିରୋଧୀ ଅପରେସନରେ ଭାରତୀୟ ସୁରକ୍ଷା ବଳ ଭଲ ପ୍ରଦର୍ଶନ କରିଥିଲା । ବିଭିନ୍ନ ଅପରେସନରେ ସୁରକ୍ଷାବଳ ଗୁଳିରେ ମୋଟ ୧୭୨ ଆତଙ୍କୀ ନିପାତ କରିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଥିଲା । ସେମାନଙ୍କ ମଧ୍ୟରେ ୨୪ଜଣ ସୀମାପାର ତଥା ପାକିସ୍ତାନୀ ଆତଙ୍କୀ ରହିଥିବା ବେଳେ ଅବଶିଷ୍ଟ ସ୍ଥାନୀୟ ଆତଙ୍କବାଦୀ ଥିବା କାଶ୍ମୀର ପୋଲିସ ଏଡିଜିପି ବିଜୟ କୁମାର ସୂଚନା ଦେଇଥିଲେ ।

ଗତବର୍ଷ ଘାଟିରେ ମୋଟ ୯୩ଟି ସଫଳ ଏନକାଉଣ୍ଟର ହୋଇଥିଲା । ନିପାତ ହୋଇଥିବା ଆତଙ୍କୀଙ୍କ ମଧ୍ୟରେ ସର୍ବାଧିକ ୧୦୮ ଆତଙ୍କବାଦୀ ନିଷେଧ ଘୋଷଣା ହୋଇଥିବା ଆତଙ୍କବାଦୀ ଗୋଷ୍ଠୀ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଓ ଲସ୍କର-ଇ-ତୋଇବାର ସକ୍ରିୟ ସଦସ୍ୟ ରହିଥିଲେ । ସେହିପରି ପାକିସ୍ତାନରୁ ଅପରେଟ ହେଉଥିବା କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ୩୫ଜଣ ଆତଙ୍କୀ ସେନା କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଥିଲେ ।

Last Updated : Jan 15, 2023, 12:11 PM IST

ABOUT THE AUTHOR

...view details