ଓଡିଶା

odisha

ETV Bharat / bharat

ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଗୁଳିମାଡ: 4 ଯବାନ ଶହୀଦ, ଏନକାଉଣ୍ଟର ଜାରି

Terrorists fired at an Army truck: ଘାଟିରେ ସେନାର ଏକ ଟ୍ରକକୁ ଆମ୍ବୁସ କରି ଆତଙ୍କବାଦୀଙ୍କ ଆକ୍ରମଣ । 4 ଶହୀଦ, ଏକାଧିକ ଯବାନ ଆହତ ସୂଚନା । ଏନକାଉଣ୍ଟର ଆରମ୍ଭ । ଅଧିକ ପଢନ୍ତୁ

ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଆତଙ୍କବାଦୀଙ୍କ ଆକ୍ରମଣ: ଏନକାଉଣ୍ଟର ଆରମ୍ଭ
ଘାଟିରେ ସେନା ଟ୍ରକକୁ ଆମ୍ବୁସ କରି ଆତଙ୍କବାଦୀଙ୍କ ଆକ୍ରମଣ: ଏନକାଉଣ୍ଟର ଆରମ୍ଭ

By ETV Bharat Odisha Team

Published : Dec 21, 2023, 6:37 PM IST

Updated : Dec 21, 2023, 10:57 PM IST

ଶ୍ରୀନଗର:ଦକ୍ଷିଣ କାଶ୍ମୀର ପୁଞ୍ଚରେ ସେନାର ଏକ ଟିମ ଅପରେସନରେ ବାହାରିଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ସେନା ଟ୍ରକକୁ ଆମ୍ବୁସ କରି ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏଥିରେ 4 ଯବାନ ଶହୀଦ ହୋଇଛନ୍ତି । ସୀମାନ୍ତ ଜିଲ୍ଲା ପୁଞ୍ଚର ଥାନାମଣ୍ଡି ଏରିଆରେ ଆଜି ଅପରାହ୍ନରେ ଏହି ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଟ୍ରକରେ ଏକାଧିକ ଯବାନ ଯାଉଥିଲେ । ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ପହଞ୍ଚିଛନ୍ତି । ସମଗ୍ର ଏରିଆକୁ କର୍ଡନ କରି ଏନକାଉଣ୍ଟର ଜାରି କରିଛି ସେନା ।

ସୂଚନା ଅନୁସାରେ, ଜିଲ୍ଲା ପୁଞ୍ଚର ଥାନାମଣ୍ଡି-ସୁରାନକୋଟେ ରାସ୍ତାରେ ସେନାର ଏହି ଟ୍ରକକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସେନାର ଏହି ଟିମଟି ବୁଫଲିଆଜରୁ ସାଭନି ଅଭିମୁଖେ ବାହାରିଥିଲା । ପୂର୍ବରୁ ଯୋଜନାବଦ୍ଧ ଭାବେ ଲୁଚି ରହିଥିବା ସଶସ୍ତ୍ର ଆତଙ୍କୀ ଟ୍ରକକୁ ଆମ୍ବୁସ କରି ଅତର୍କିତ ଗୁଳିମାଡ କରିଥିଲେ । ଏଥିରେ ପ୍ରାୟ 4 ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଏବେ ଘଟଣାସ୍ଥଳରେ ଅଧିକ ଯବାନ ପହଞ୍ଚିବା ସହ ପୁରା ଏରିଆକୁ କର୍ଡନ କରି ଗୁଳି ବିନିମୟ ଜାରି ରହିଛି । ଏକାଧିକ ଆତଙ୍କବାଦୀ ଉକ୍ତ ଅଞ୍ଚଳରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି ।

ସେପ୍ଟେମ୍ବର ୧୬ ତାରିଖରେ ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ଉରିରେ ଆତଙ୍କୀ ନିରୋଧୀ ଅପରେସନ ବେଳେ ସେନାର ୨ ଜଣ ଅଧିକାରୀ ଓ ସ୍ଥାନୀୟ ପୋଲିସର ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଆତଙ୍କୀଙ୍କ ଗୁଳିରେ ଶହୀଦ ହୋଇଥିଲେ । ପରେ 2 ଜଣ ଯବାନଙ୍କୁ ମିଶାଇ ଶହୀଦଙ୍କ ସଂଖ୍ୟା 5ରେ ପହଞ୍ଚିଥିଲେ । ସେନାର ଏକ ତାଲିମପ୍ରାପ୍ତ କୁକୁର ମଧ୍ୟ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲା ।

ଏହା ମଧ୍ଯ ପଢନ୍ତୁ:- ରାହୁଲଙ୍କ ‘ପନୌତି’ ମନ୍ତବ୍ୟ: 8 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆତଙ୍କୀଙ୍କ ଗୁପ୍ତ ଆଡ୍ଡା ଚିହ୍ନଟ କରାଯାଇ ଡ୍ରୋନ ଯୋଗେ ବୋମା ବର୍ଷଣ କରିଥିଲା ସେନା । ସେନା ଏହି ଅପରେସନରେ ହେଲିକପ୍ଟର ମଧ୍ୟ ବ୍ୟବହାର କରିଥିଲା । ଉକ୍ତ ଅପରେସନରେ ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । ଚଳିତବର୍ଷ ଏହି ଅପରେସନ ସବୁଠୁ ଅଧିକ ସମୟ ଧରି ଚାଲିଥିବା ଅପରେସନ ମଧ୍ୟରେ ଅନ୍ୟତମ ଥିଲା । ତେବେ ଏବେ ପୁଣି ଏକ ଏନକାଉଣ୍ଟରରେ ସେନା ଦୁଇ ଆତଙ୍କୀଙ୍କୁ ସଫା କରିବାରେ ସଫଳତା ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 21, 2023, 10:57 PM IST

ABOUT THE AUTHOR

...view details