ଶ୍ରୀନଗର:ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯୁଦ୍ଧରେ ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଏହା ସହିତ ଏହି ଗୁଳି ବିନିମୟରେ ଦୁଇଜଣ ସାଧାରଣ ନାଗରିକ ଓ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।
ଆହତ ଦୁଇ ନାଗରିକ ହେଲେ ଅନନ୍ତନାଗର ସାହିଲ ୟାକୁବ ଭଟ୍ଟ ଏବଂ କୁଲଗାମର ସାହିଦ ଫାରୁକ ସେଖ । ଜଣେ ସିଆରପିଏଫ ଯବାନଙ୍କ ସହିତ ଜଣେ ଆର୍ମି ଯବାନ ଆହତ ହୋଇଥିବା ନେଇ ସୂଚନା ଦେଇଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ଏବଂ ସାହିଲ ଭଟ୍ଟ ସ୍ବାସ୍ଥ୍ୟ ଗୁରୁତର ରହିଥିବା କହିଛନ୍ତି ଆଇଜିପି ।