ଓଡିଶା

odisha

ETV Bharat / bharat

Nowgam Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ - ନାଓଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ

ଜମ୍ମୁ କାଶ୍ମୀର ଶ୍ରୀନଗରର ନାଓଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି ସୁରକ୍ଷାବାହିନୀ । ଅଧିକ ପଢନ୍ତୁ

ନାଓଗାମ ଅଞ୍ଚଳରେ ସୁରକ୍ଷାକର୍ମୀ - ଆତଙ୍କବାଦୀ ମୁହାଁମୁହିଁ
ନାଓଗାମ ଅଞ୍ଚଳରେ ସୁରକ୍ଷାକର୍ମୀ - ଆତଙ୍କବାଦୀ ମୁହାଁମୁହିଁ

By

Published : Mar 16, 2022, 7:42 AM IST

Updated : Mar 16, 2022, 10:10 AM IST

ଶ୍ରୀନଗର:ରାତି ପାହୁ ପାହୁ ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ଶ୍ରୀନଗରର ନାଓଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଲସ୍କର-ଏ-ତୋଏବାର ୩ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବାହିନୀ । ମୃତ ଆତଙ୍କୀ ଖାନମୋହର ସରପଞ୍ଚ ସମୀର ଭଟଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର ।

ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୁରକ୍ଷାବାହିନୀଙ୍କୁ ସୂଚନା ମିଳିଥିଲା । ଏହା ପରେ ପୂର୍ଣ୍ଣ ପ୍ରସ୍ତୁତି ସହ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସୁରକ୍ଷାବାହିନୀ । ଗତକାଲି ଅବନ୍ତିପୋରା ଜିଲ୍ଲା ଚାରସୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏଥିରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିଲା । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଥିଲା ।

ଏହାପୂର୍ବରୁ ମାର୍ଚ୍ଚ ୧୨ ରେ ଜମ୍ମୁ କାଶ୍ମୀରର ହଣ୍ଡୱାରାର ନିଚାମା ରାଜଓ୍ବାରରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଫଳରେ ସୁରକ୍ଷାକର୍ମୀ ଗୁଳିରେ ୪ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି ।

ସେହିପରି ଗଣ୍ଡରବାଲ ଓ ପୁଲଓ୍ବାମାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ଲସ୍କର-ଏ-ତୋଏବାର ଆତଙ୍କୀ ହୋଇଥିବା ବେଳେ ଜୈଶ-ଇ-ମହମ୍ମଦ ଓ ଜଣେ ପାକିସ୍ତାନୀ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ହୋଇଥିଲା । ଚଳିତ ବର୍ଷ ଆରମ୍ଭରୁ ସୀମାରେ ପାଖାପାଖି ୧୫ରୁ ଅଧିକ ଥର ଆତଙ୍କୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।

@ANI

Last Updated : Mar 16, 2022, 10:10 AM IST

ABOUT THE AUTHOR

...view details