ଓଡିଶା

odisha

ETV Bharat / bharat

Kulgam Encounter: ଜଣେ ଆତଙ୍କୀ ସଫା, କୁମ୍ବିଂ ଜୋରଦାର - jk Encounter

ପୁଣି ସୀମାରେ ଫୁଟିଲା ଗୁଳି । ଆତଙ୍କୀଙ୍କୁ ନିପାତ କରିବା ପାଇଁ ଜମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏନକାଉଣ୍ଟର କରାଯାଇଛି । ଏଥିରେ ଜଣେ ଆତଙ୍କବାଦୀ ମୃତ୍ୟୁ ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ...

Encounter has started at Munand area of Kulgam
Kulgam Encounter : ଜଣେ ଆତଙ୍କୀ ସଫା, କୁମ୍ବିଂ ଜୋରଦାର

By

Published : Jul 25, 2021, 7:49 AM IST

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଆତଙ୍କୀଙ୍କୁ ନିପାତ କରିବା ପାଇଁ ଜମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏନକାଉଣ୍ଟର କରାଯାଇଛି । ଏଥିରେ ଜଣେ ଆତଙ୍କବାଦୀ ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସ ଓ ସୁରକ୍ଷା କର୍ମୀଙ୍କ ମିଳିତ ଉଦ୍ୟମରେ କୁମ୍ବିଂକୁ ଜାରି ରହିଛି । କୁଲଗାମର ମୁନାଣ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇଥିଲେ । ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ ।

ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷା କର୍ମୀ ଆରମ୍ଭ କରିଥିଲେ କୁମ୍ବିଂ । ପରେ ଆତଙ୍କୀଙ୍କ ପକ୍ଷରୁ ସୁରକ୍ଷା କର୍ମୀଙ୍କ ଉପରେ ଆଖିବୁଜା ଗୁଳି ବର୍ଷଣ କରାଯାଇଥିଲା । ଯାହାର ପ୍ରତି ଜବାବ ଦେଇଥିଲା ସେନା । ଏଥିରେ ଜଣେ ଆତଙ୍କୀ ଟଳି ପଡିଥିଲା ।

ସେପଟେ, ଶନିବାର ଜମ୍ମୁ କାଶ୍ମୀରର ବନ୍ଦିପୋରା ଅଞ୍ଚଳରେ ସେନାର ଗୁଳିରେ ୩ ଜଣ ଆତଙ୍କୀ ସଫା ହୋଇଥିଲେ । ଏପରିକି ଏଲଓସିରେ ଭାରତୀୟ ସେନାର ଜଣେ ସିପାହୀ କର୍ଯ୍ୟରତ ଥିବା ବେଳେ ସେ ସହିଦ ହୋଇଥିଲେ । ତାଙ୍କ ନାଁ କେ.ବୈଦ୍ୟ ବୋଲି ବୋଲି ଜଣାପଡିଛି । ଏଲଓସିରେ ବିସ୍ଫୋରଣରେ ସେ ସହିଦ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details