ଓଡିଶା

odisha

ମୋଦିଙ୍କ ଗସ୍ତ ପୂର୍ବରୁ ଅଶାନ୍ତ ସୁଞ୍ଜଓ୍ୱାନ: ଯବାନ ଶହୀଦ, 2 ଆତଙ୍କୀ ସଫା

By

Published : Apr 22, 2022, 6:58 AM IST

Updated : Apr 22, 2022, 9:55 AM IST

ଜମ୍ମୁକଶ୍ମୀର ସୁଞ୍ଜଓ୍ୱାନରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ 4 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ସୁରକ୍ଷାବାହିନୀ - ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି
ସୁରକ୍ଷାବାହିନୀ - ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

ଶ୍ରୀନଗର: ରାତି ପାହୁ ପାହୁ ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁକଶ୍ମୀର ସୁଞ୍ଜଓ୍ୱାନରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥରେ ଜଣେ ଯବାନ ଶହୀଦ ହୋଇଥିବାବେଳେ 4 ଜଣ ଆହତ ହୋଇଛନ୍ତି । 2 ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ପାଇଥିଲେ ସୁରକ୍ଷାବାହିନୀ । ଅଞ୍ଚଳକୁ ଘେରାବନ୍ଦୀ କରି କଶ୍ମୀର ଜୋନ ପୋଲିସ ଓ ସୁରକ୍ଷାବାହିନୀଙ୍କ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସିଆଇଏସଏଫ ଯବାନ ଭର୍ତ୍ତି ଗାଡିକୁ ଗ୍ରେନେଡ ମାଡ କରିଥିଲେ ଆତଙ୍କବାଦୀ । ଶହୀଦ ଜଣକ ହେଲେ ସିଆଇଏସଏଫ ଏସପି ପାଟିଲ । ଗୁଳିବିିନିମୟ ନେଇ ଜମ୍ମୁ କଶ୍ମୀରରେ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଇଣ୍ଟରେନେଟ ସେବା ବନ୍ଦ ରହିଛି । ନିପାତ ଆତଙ୍କୀଙ୍କ ନିକଟରୁ 2ଟି AK-47 ରାଇଫଲ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଏବଂ କିଛି ଡକ୍ୟୁମେଣ୍ଟ୍ ଜବତ ହୋଇଛି । ସେମାନେ 'ଫିଡାଏନ୍' ଆକ୍ରମଣକାରୀ ଥିଲେ । ଅପରେସନ୍ ଚାଲିଥିବା କହିଛନ୍ତି ଜମ୍ମୁ ଜୋନ୍ ଏଡିଜିପି ମୁକେଶ ସିଂ ।

ଆତଙ୍କବାଦୀମାନେ ଏକ ଘରେ ଲୁଚିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏପ୍ରିଲ 24 ତାରିଖରେ ପଞ୍ଚାୟତ ରାଜ ଦିବସରେ ଜମ୍ମୁକଶ୍ମୀର ପାଲିରୁ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆତଙ୍କୀ ଗତିବିଧି ଉପରେ କଡା ନଜର ରଖଛି ସୁରକ୍ଷାବଳ ।

ଏହାମଧ୍ୟ ପଢନ୍ତୁ:Baramulla Encounter: 2 ଟପ ଆତଙ୍କୀ ସଫା, 4 ଯବାନ ଆହତ

2018ରେ ଆତଙ୍କବାଦୀ ସନଜୱାନରେ ସେନା କ୍ୟାମ୍ପକୁ ଏକ ବଡ ଧରଣର ଆକ୍ରମଣ କରିଥିଲେ । ଯେଉଁଥିଲେ 5 ଜଣ ଯବାନ ଶହୀଦ ହୋଇଥିଲେ । ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।

ପ୍ରକାଶ ଥାଉକି, ଗତକାଲି (ଗୁରୁବାର) ଜମ୍ମୁ କଶ୍ମୀର ବାରମୁଲ୍ଲାର ମାଲୱାହା ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର ଏ ତୋଏବାର 2 ଜଣ ଟପ ଆତଙ୍କୀକୁ ନିପାତ କରିଥିବାରେ ସଫଳ ହୋଇଥିଲେ ସୁରକ୍ଷାବାହିନୀ ।

@ANI

Last Updated : Apr 22, 2022, 9:55 AM IST

ABOUT THE AUTHOR

...view details