ଓଡିଶା

odisha

ETV Bharat / bharat

Anantnag Encounter: ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ - Anantnag Encounter

ଅଣ୍ଡଓ୍ବାନ ସଙ୍ଗମ ଅଞ୍ଚଳରେ ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ । କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

Encounter breaks out in Anantnag
Encounter breaks out in Anantnag

By

Published : May 14, 2023, 8:45 AM IST

ଶ୍ରୀନଗର:ଜମ୍ମୁ କାଶୀରରେ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ଅନନ୍ତନାଗର ଅଣ୍ଡଓ୍ବାନ ସଙ୍ଗମ ଅଞ୍ଚଳରେ ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଆଜି ସକାଳେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଜାରି ରହିଥିବା କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଣ୍ଡଓ୍ବାନ ସଙ୍ଗମ ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ନେଇ ଏକ ବିଶେଷ ସୁତ୍ରରୁ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ଏହାପରେ ଆଜି ସକାଳ ସମୟରେ ଉକ୍ତ ସ୍ଥାନରେ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ସର୍ଚ୍ଚ ଅପରେସନ କରିଥିଲେ । ଏହି ସମୟରେ ଆତଙ୍କୀ ଗୁଳି ଚଳାଇବାରୁ ଯବାନ ମଧ୍ୟ ପ୍ରତିବଦଳରେ ଗୁଳି ଚାଳନା କରିଥିଲେ । ଫଳରେ ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । କେହି ଆତଙ୍କୀ ନିହତ ହୋଇଛନ୍ତି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-କେରଳ ଉପକୂଳରୁ 12 ହଜାର କୋଟିର ଡ୍ରଗ୍ସ ଜବତ, ପାକିସ୍ତାନୀ ନାଗରିକ ଗିରଫ

ଗତ ମେ 6 ତାରିଖରେ ବାରମୁଲା ଓ ରଜୌରୀରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେନା ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଥିଲା । ମୃତ ଆତଙ୍କୀ ଲସ୍କର ଏ ତୋଇବା ସଂଗଠନର ସଦସ୍ୟ ଓ ତା'ର ନାମ ଅବିଦ୍ ୱାନି ବୋଲି ପରିଚୟ ମିଳିଥିଲା । ମେ 5 ତାରିଖରେ ଜମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାର କାଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଆତଙ୍କୀଙ୍କ ବିସ୍ଫୋରଣରେ 5 ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଥିଲା । ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ସମୟରେ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ ।

ଏହାପୂର୍ବରୁ ମେ 4 ତାରିଖରେ ବାରମୁଲ୍ଲାର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷା ବାହିନୀକୁ ସଫଳତା ମିଳିଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀକୁ ନିପାତ ହୋଇଥିଲେ । ନିହତ ଦୁଇ ଆତଙ୍କୀ ସ୍ଥାନୀୟ ଅଞ୍ଚଳର ସାକିର ମହମ୍ମହ ଏବଂ ସୋପିଆନା ଜିଲ୍ଲାର ହାନନ ଅହମ୍ମଦ ସେଖ ବୋଲି ସୂଚନା ମିଳିଥିଲା । ମାର୍ଚ୍ଚ 2023ରେ ଆତଙ୍କବାଦୀ ଗୋଷ୍ଠୀ ଏଲଇଟିରେ ଉଭୟ ଯୋଗ ଦେଇଥିଲେ । ସୁରକ୍ଷାବାହିନୀ ଅପରେସନ ଅଞ୍ଚଳରୁ ଏକ AK 47 ରାଇଫଲ, ଗୋଟିଏ ପିସ୍ତଲ ସମେତ ଗୁଳି ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ।

ABOUT THE AUTHOR

...view details