ଓଡିଶା

odisha

By

Published : May 5, 2023, 10:08 AM IST

Updated : May 5, 2023, 8:13 PM IST

ETV Bharat / bharat

Encounter breaks out In Rajouri: ରଜୌରୀରେ ଏନକାଉଣ୍ଟରରେ ୫ ଯବାନ ଶହୀଦ

ରଜୌରୀ ଜିଲ୍ଲାର କାଣ୍ଡି ଅଞ୍ଚଳରେ ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ । ଆତଙ୍କୀଙ୍କ ବିସ୍ଫୋରଣରେ ୫ ଯବାନ ଶହୀଦ । ଅଧିକ ପଢନ୍ତୁ

encounter breaks out in jammu kashmir
encounter breaks out in jammu kashmir

ଶ୍ରୀନଗର:ଜମ୍ମୁ କାଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ଆତଙ୍କୀଙ୍କ ବିସ୍ଫୋରଣରେ ୫ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ରଜୌରୀ ଜିଲ୍ଲାର କାଣ୍ଡି ଅଞ୍ଚଳରେ ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ନର୍ଦ୍ଦନ କମାଣ୍ଡ ଏନେଇ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ-Baramulla Encounter: ସେନା ଗୁଳିରେ ଦୁଇ ଆତଙ୍କୀ ସଫା

ମିଳିଥିବା ସୂଚନା ଅନୁଯାୟୀ, କାଣ୍ଡି ପୋଲିସ ଷ୍ଟେସନର କେଶରୀ ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ନେଇ ଏକ ବିଶେଷସୁତ୍ରରୁ ଖବର ପାଇଥିଲା ସୁରକ୍ଷାବାହିନୀ । ଏହାପରେ ଉକ୍ତ ସ୍ଥାନରେ ଆଜି ସକାଳ ସମୟରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଲୁଚି ରହିଥିବା ଆତଙ୍କୀ ଗୁଳି ଚଳାଇବା ପରେ ବିସ୍ଫୋରଣ କରିଥିଲେ । ଫଳରେ ଘଟଣାସ୍ଥଳରେ ୨ ଯବାନ ଶହୀଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ । ସମସ୍ତ ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଆହତଙ୍କ ମଧ୍ୟରୁ ୩ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣଙ୍କ ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ଚୋରି ଅଭିଯୋଗରେ ନର୍ସିଂ ଛାତ୍ରୀଙ୍କୁ ଉଲଗ୍ନ କରି ଚେକିଂ ! ତଦନ୍ତ କରୁଛି ପୋଲିସ

ଗତକାଲି(ଗୁରୁବାର) ସକାଳ ସମୟରେ ଜମ୍ମୁ କାଶ୍ମୀର ବାରମୁଲ୍ଲାର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷା ବାହିନୀକୁ ସଫଳତା ମିଳିଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀକୁ ନିପାତ ହୋଇଥିବା କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Kedarnath Yatra resumes: ପୁଣି କେଦାରନାଥ ଯାତ୍ରା ଆରମ୍ଭ, ସୀମିତ ଯାତ୍ରୀଙ୍କୁ ଅନୁମତି

ନିପାତ ହୋଇଥିବା ଦୁଇ ଆତଙ୍କୀ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସାକିର ମହମ୍ମହ ଏବଂ ସୋପିଆନା ଜିଲ୍ଲାର ହାନନ ଅହମ୍ମଦ ସେଖ । ଦୁହେଁ ମାର୍ଚ୍ଚ ୨୦୨୩ରେ ଆତଙ୍କବାଦୀ ଗୋଷ୍ଠୀ ଏଲଇଟିରେ ଯୋଗ ଦେଇଥିଲେ । ସୁରକ୍ଷାବାହିନୀ ଅପରେସନ ଅଞ୍ଚଳରୁ 01 AK 47 ରାଇଫଲ, ଗୋଟିଏ ପିସ୍ତଲ ସମେତ ଗୁଳି ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ।

ସେହିପରି ଗତ ଜାନୁଆରୀ ୧୭ ତାରିଖରେ ଜମ୍ମୁ କାଶ୍ମୀରର ବଡଗାମରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେନା ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଥିଲେ । ନିହତ ହୋଇଥିବା ଦୁଇ ଆତଙ୍କବାଦୀ ହେଉଛନ୍ତି ପୁଲୱାମାର ଅରବାଜ ମୀର ଏବଂ ସହିଦ ଶୈଖ । ଏମାନେ ଏନଇଟି ଆତଙ୍କବାଦୀ ସଂଗଠନ ସହ ଜଡିତ । ଉଭୟଙ୍କ ନିକଟରୁ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ସୁରକ୍ଷାବାହିନୀ ।

Last Updated : May 5, 2023, 8:13 PM IST

ABOUT THE AUTHOR

...view details