ଓଡିଶା

odisha

ETV Bharat / bharat

ଅଶାନ୍ତ ସୀମା; କୁଲଗାମରେ ଏନକାଉଣ୍ଟର ଜାରି - ସୁରକ୍ଷାବାହିନୀ

ଜାମ୍ମୁ କାଶ୍ମୀରର ରେଡୱାନିର କୁଲଗାମ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଏନେଇ ଜାମ୍ମୁ କାଶ୍ମୀର ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

କୁଲଗାମରେ ଏନକାଉଣ୍ଟର ଜାରି
କୁଲଗାମରେ ଏନକାଉଣ୍ଟର ଜାରି

By

Published : Jul 9, 2021, 7:23 AM IST

ଶ୍ରୀନଗର:ପୁଣି ସୀମାରେ ଗୁଳି ବିନିମୟ । ଜାମ୍ମୁ କାଶ୍ମୀରର ରେଡୱାନିର କୁଲଗାମ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କୀବାଦଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଏନେଇ ଜାମ୍ମୁ କାଶ୍ମୀର ପକ୍ଷରୁ ସୂଚନା ମିଳିଛି ।

ପୋଲିସ ଓ ସୁରକ୍ଷାବାହିନୀଙ୍କ ମିଳିତ ଅପରେସନ ଜାରି ରହିଛି । ରେୱାଡି ଅଞ୍ଚଳରେ କିଛି ଆତଙ୍କୀ ଲୁଚି ଥିବା ଖବର ପାଇବା ପରେ ପୋଲିସ ଓ ସେନା ପକ୍ଷରୁ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ଟ୍ବିଟ କରି କହିଛନ୍ତି କାଶ୍ମୀର ଜୋନ ପୋଲିସ ।

ପ୍ରକାଶ ଥାଉ କି ଲଗାତାର ଭାବେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି କାଶ୍ମୀର ପୋଲିସ । ଗତକାଲି ପୁଲୱାମାର ପୁଚାଲା ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିଛି କାଶ୍ମୀର ପୋଲିସ । ନିହତ ଦୁଇ ଆତଙ୍କୀବାଦ ଲସ୍କର-ଇ-ତୌଏବା ସଂଘଠନର ବୋଲି ଜଣାପଡିଛି ।

ଏହା ପୂର୍ବରୁ ହଣ୍ଡୱାରା ଜିଲ୍ଲାରେ ପୁଲିସକର୍ମୀଙ୍କ ସହ ଏନକାଉଣ୍ଟରରେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଦୁଇ ଆତଙ୍କୀଙ୍କୁ ନିପାତ କରିଥିଲା ସୁରକ୍ଷାବାହିନୀ । ଦୁଇ ଆତଙ୍କୀ ଅନେକ ଆକ୍ରମଣରେ ସଂପୃକ୍ତି ଥିଲେ । ଏହା କାଶ୍ମୀର ପୋଲିସ ପାଇଁ ଏକ ବଡ ସଫଳତା ବୋଲି କହଥିଲେ ଆଇଜିପି ବିଜୟ କୁମାର । ଦୁଇ ଦିନ ଭିତରେ କାଶ୍ମୀର ପୋଲିସ 6 ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ।

@ANI

ABOUT THE AUTHOR

...view details