ଓଡିଶା

odisha

ETV Bharat / bharat

ପୁଲୱାମା ଏନକାଉଣ୍ଟର: ପାଞ୍ଚ ଆତଙ୍କୀ ସଫା, ଜଣେ ଯବାନ ଶହୀଦ - J-K's Pulwama

ପୁଲୱାମା ଜିଲ୍ଲା ହାନଜିନ ରାଜପୁରା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରୁ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀ ଥିବା ଅଞ୍ଚଳକୁ ସେନା ଘେରାବନ୍ଦୀ କରି 5 ଆତଙ୍କୀ ନିପାତ କରିଛି । ଅଧିକ ପଢନ୍ତୁ...

J-K's Pulwama
ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

By

Published : Jul 2, 2021, 7:06 AM IST

Updated : Jul 2, 2021, 5:29 PM IST

ଶ୍ରୀନଗର:ପୁଣି ସୀମାରେ ଗୁଳି ବିନିମୟ । ପୁଲୱାମା ଜିଲ୍ଲା ହାନଜିନ ରାଜପୁରା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରୁ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଚାଲିଥିବା ଗୁଳିବନିମୟରେ 5 ଆତଙ୍କୀ ନିହତ ହୋଇଛି । ଏନକାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶହୀଦ ଯବାନ ହେଲେ 44 ଆରଆରର ହାବିଲଦାର କାଶୀ କୁମାର । ଏହା ସହିତ ଲସ୍କର 5 ଆତଙ୍କବାଦୀ ନିପାତ ହୋଇଛନ୍ତି । ଅଞ୍ଚଳକୁ ଘେରାବନ୍ଦୀ କରି ଯବାନଙ୍କ ଅପରେସନ ଜାରି ରହିଛି । ଏନେଇ କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ହାନଜିନ ରାଜପୁରା ଅଞ୍ଚଳରେ ପାଞ୍ଚଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇଥିଲା ପୋଲିସ । ସର୍ଚ୍ଚ ଅପରେସନ ସମୟରେ ଲୁଚି ରହିଥିବା ଆତଙ୍କୀ ପ୍ରଥମେ ସୁରକ୍ଷାବାହିନୀ ଉପରେ ଗୁଳିମାଡ କରିଥିଲା । ଏହାର ଜବାବ ଦେଇଥିଲା ଭାରତୀୟ ସେନା ଓ ଜମ୍ମୁ କାଶ୍ମୀର ପୋଲିସ ।

ଅନ୍ୟ ଏକ ଘଟଣାରେ ଅନନ୍ତନାଗ ଜିଲ୍ଲା ଲାଜିବାଲ ଅଞ୍ଚଳରେ ଆତଙ୍କବାଦଙ୍କ ଆକ୍ରମଣରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ରାତି ପାଖାପାଖି 8ଟା 50ରେ ପୋଲିସ ଉପରକୁ ଆତଙ୍କବାଦୀ ଗୁଳିବର୍ଷଣ କରିଥିଲେ ।

ଏହା ପୂର୍ବରୁ ଜୁନ 27ରେ ଶ୍ରୀନଗରର ବାରବାରଶାହାରେ ଆତଙ୍କବାଦଙ୍କ ଗ୍ରେନେଡ ମାଡରେ ଚାରଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ଜୁନ 28ରେ ପୁଲୱାମା ଜିଲ୍ଲା ହରିପାରିଗ୍ରାମ ଗାଁରେ ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ପଶି ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ପୋଲିସ ଅଧିକାରୀଙ୍କ ସହ ତାଙ୍କ ପତ୍ନୀ ଓ ଝିଅର ମୃତ୍ୟୁ ହୋଇଥିଲା ।

@ANI

Last Updated : Jul 2, 2021, 5:29 PM IST

ABOUT THE AUTHOR

...view details