ଓଡିଶା

odisha

ETV Bharat / bharat

ସୋପିଆନରେ ପୁଣି ଏନକାଉଣ୍ଟର ଆରମ୍ଭ - ଜମ୍ମୁକାଶ୍ମୀର ରାୱଲପୋରା ସୋପିଆନ

ଜମ୍ମୁକାଶ୍ମୀର ରାୱଲପୋରା ସୋପିଆନ ଜିଲ୍ଲାରେ ପୁଣି ଗୁଳିବିନିମୟ ଆରମ୍ଭ ହୋଇଛି। ପୂର୍ବରୁ ମାର୍ଚ୍ଚ 13 ତାରିଖରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିଲା। ଅଧିକ ପଢନ୍ତୁ...

ସୋପିଆନରେ ପୁଣି ଏନକାଉଣ୍ଟର ଆରମ୍ଭ
ସୋପିଆନରେ ପୁଣି ଏନକାଉଣ୍ଟର ଆରମ୍ଭ

By

Published : Mar 15, 2021, 12:40 PM IST

ଜମ୍ମୁ କାଶ୍ମୀର: ସୀମାରେ ପୁଣି ଏନକାଉଣ୍ଟର ଆରମ୍ଭ। ଜମ୍ମୁକାଶ୍ମୀର ରାୱଲପୋରା ସୋପିଆନ ଜିଲ୍ଲାରେ ଏହି ଗୁଳିବିନିମୟ ଆରମ୍ଭ ହୋଇଛି। ତେବେ ମାର୍ଚ୍ଚ 13 ତାରିଖରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିଲା।

ସୂଚନା ଥାଉକି, ନିହତ ଆତଙ୍କୀ ହେଲା ଜାହାଙ୍ଗୀର ଅହମ୍ମଦ ୱାନୀ। ସେ ରାଖ ନାରାପୋରା ସୋପିଆନର ବାସିନ୍ଦା ହୋଇଥିବା ବେଳେ ଲସ୍କର ଏ ତୋଏବାର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା କାଶ୍ମୀର ପୋଲିସ କହିଛି।

ସୁରକ୍ଷା କର୍ମୀ ଓ ପୋଲିସ ଦ୍ବାରା ଏକ ମିଳିତ ଅପରେସନର ଶନିବାର ରାତିରେ ଆରମ୍ଭ ହୋଇଥିଲା। ଏଥିରେ 34 ରାଇଫଲ, 14 ବାଟାଲିଆନ ଓ ସିଆରପିଏଫ ସାମିଲ ଥିବା ଜଣାପଡିଛି। ନିହତ ଆତଙ୍କୀ ଜଣକ ଗତ ସେପ୍ଟେମ୍ବର ମାସରୁ ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପ, ସୁରକ୍ଷାକର୍ମୀ ଓ ନାଗରିକଙ୍କ ଉପରକୁ ଆକ୍ରମଣରେ ଜଡିତ ରହିଆସିଛି।

ଆକ୍ରମଣରେ ନିହତ ଆତଙ୍କୀ ପାଖରୁ ଆମେରିକା ନିର୍ମିତ ଏମ 4 କାର୍ବାଇନ ରାଇଫଲ ଓ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି।

ABOUT THE AUTHOR

...view details