ଓଡିଶା

odisha

By

Published : Jun 2, 2023, 9:28 AM IST

ETV Bharat / bharat

Encounter: ରଜୌରୀରେ ଏନକାଉଣ୍ଟର, ଜଣେ ଆତଙ୍କୀ ସଫା

ଜମ୍ମୁ କାଶ୍ମୀର ରଜୌରୀ ଦସଲ ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ସେନା ଗୁଳିରେ ଜଣେ ଆତଙ୍କୀ ନିପାତ । ଅଧିକ ପଢନ୍ତୁ

Encounter in jammu kashmir Rajouri
ଜାମ୍ମୁ କାଶ୍ମୀର ରଜୌରୀରେ ଏନକାଉଣ୍ଟର

ଶ୍ରୀନଗର: ସୀମାରେ ଆତଙ୍କୀ ଉତ୍ପାତ । ପୁଣି ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ରଜୌରୀ ଦସଲ ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଛି । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଥିବା ଜଣାପଡିଛି । ଏବେ ବି ଘଟଣାସ୍ଥଳରେ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଥିବା ସେନା ପକ୍ଷରୁ ସୂଚନା ମିଳିଛି ।

ଜମ୍ମୁ କାଶ୍ମୀର ରଜୌରୀ ଦସଲ ଜଙ୍ଗଲ ଅଞ୍ଚଳରେ ଆତଙ୍ଗବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ପକ୍ଷରୁ ସୂଚନା ପାଇଥିଲା ପୋଲିସ ଓ ସୁରକ୍ଷାବଳ । ଏହାପରେ ଜମ୍ମୁ କାଶ୍ମୀର ଓ ସୁରକ୍ଷାକର୍ମୀଙ୍କ ମିଳିତ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିଲା । ପ୍ରାୟ 1 ଘଣ୍ଟା ଧରି ଗୁଳିବିନିମୟ ପରେ ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିବା ସୁରକ୍ଷାବାହିନୀ । ନିପାତ ଆତଙ୍କୀର ପରିଚୟ ମିଳିନାହିଁ ।

ସ୍ଥାନୀୟ ଅଞ୍ଚଳକୁ ଘେରା ବନ୍ଦୀ କରାଯାଏ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାବାହିନୀ । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ଆତ୍ମଗୋପନ କରିଥିବା ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି । ଏହି ଅପରେସନରେ ସେନା,ସିଆରପିଏଫ ଓ ପୋଲିସ ସାମିଲ ଥିବା ସୂଚନା ମିଳିଛି । ଏନେଇ ସେନା ଅଫିସିଆଲ ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ...ଗଭୀର ସମଦ୍ରରୁ କୋଷ୍ଟଗାର୍ଡ ଜବତ କଲା 32 କେଜି ସୁନା, ଦେଖନ୍ତୁ କିପରି ଥିଲା ଅଣ୍ଡର ଓ୍ବାଟର ଅପରେସନ

ଏହା ବି ପଢନ୍ତୁ...ସିନ୍ଦେଙ୍କୁ ଭେଟିଲେ ପାୱାର: ବିଜେପି କହିଲା ବ୍ୟକ୍ତିଗତ ବୈଠକ

ଗତ କିଛି ଦିନ ହେବେ ଘାଟିରେ ପୁଣି ଆତଙ୍କୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । ଶେଷଥର ପାଇଁ ମେ 6 ଓ ମେ 4 ତାରିଖରେ ଜମ୍ମୁ-କାଶ୍ମୀରର ବାରମୁଲା ଓ ରଜୌରୀରେ ଏନକାଉଣ୍ଟର ହୋଇଥିଲା । ଏଥିରେ 4 ଆତଙ୍କୀ ନିପାତ ହୋଇଥିଲେ । ମେ 5 ତାରିଖରେ ରଜୌରୀ ଜିଲ୍ଲାର କାଣ୍ଡି ଅଞ୍ଚଳରେ ଆତଙ୍କୀ ବିସ୍ଫୋରଣରେ 5 ଯବାନ ଶହୀଦ ହୋଇଥିଲେ ।

ABOUT THE AUTHOR

...view details