ଶ୍ରୀନଗର:ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଜାମ୍ମୁ କାଶ୍ମୀର କୁପୱାରାର ଜୁମାଗଣ୍ଡ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସେନା ଗୁଳିରେ 5 ବିଦେଶୀ ଆତଙ୍କୀ ନିପାତ ହୋଇଛନ୍ତି । ସୀମା ପାର ହୋଇ ଅନୁପ୍ରବେଶ ଉଦ୍ୟମ ବେଳେ ଏନକାଉଣ୍ଟର ହୋଇଛି । ଲୁଚିଥିବା 5 ଆତଙ୍କୀଙ୍କୁ ଖୋଜି ଖୋଜି ସଫା କରିଛି ସୁରକ୍ଷାବଳ । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଡିଜିପି ବିଜୟ କୁମାର ।
ସୀମାରେ ଆତଙ୍କୀ ଉତ୍ପାତରେ ବ୍ରେକ ଲଗାଇବାକୁ ସର୍ଚ୍ଚ ଅପରେସନରେ ବାହାରିଥିଲା ସେନା । ଜମ୍ମୁ କାଶ୍ମୀର କୁପୱାରାର ଜୁମାଗଣ୍ଡରେ ଆତଙ୍କୀ ଲୁଚିଥିବା ଖବର ଗୁଇନ୍ଦା ପାଖରୁ ପାଇଁ ଅପରେସନ ଚଳାଇଥିଲା । ଆତଙ୍କୀ ସୀମା ପାର କରି ଅନୁପ୍ରେବେଶ ଉଦ୍ୟମ ବେଳେ ସୁରକ୍ଷୀକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିବା । ଏଥିରେ 5 ଆତଙ୍କୀଙ୍କୁ ନିପାତ କରିଛି ଭାରତୀୟ ସେନା । ଜୁମାଗଣ୍ଡରେ ଆତଙ୍କୀ ଗତିବିଧିକୁ ନେଇ ଗୁଇନ୍ଦା ପକ୍ଷରୁ ସୂଚନା ପାଇଥିଲା ପୋଲିସ ଓ ସୁରକ୍ଷାବଳ । ଏହାପରେ ସୁରକ୍ଷାକର୍ମୀଙ୍କ ମିଳିତ ଟିମ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପ୍ରାୟ 1 ଘଣ୍ଟା ଧରି ହୋଇଥିବା ଗୁଳି ବିନିମୟରେ 5 ଆତଙ୍କୀ ସଫା ହୋଇଛନ୍ତି । ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା କାଶ୍ମୀର ଏଡିଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।