ଓଡିଶା

odisha

ETV Bharat / bharat

ଶିକାରୀଙ୍କ ଆକ୍ରମଣରେ ପୋଲିସ ସହିଦ: ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ଘୋଷଣା

ମଧ୍ୟ ପ୍ରଦେଶର ଗୁନାରେ ଶିକାରୀଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ସହିଦ ହେବା ଘଟଣା । ପୋଲିସ କର୍ମଚାରୀଙ୍କ ପରିବାରକୁ 1 କୋଟି ଟଙ୍କାର ସହାୟତା ଘୋଷଣା କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଶିକାରୀଙ୍କ ଆକ୍ରମଣରେ ପୋଲିସ ସହିଦ: ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ଘୋଷଣା
ଶିକାରୀଙ୍କ ଆକ୍ରମଣରେ ପୋଲିସ ସହିଦ: ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ଘୋଷଣା

By

Published : May 14, 2022, 9:01 AM IST

Updated : May 14, 2022, 12:39 PM IST

ଭୋପାଳ:ମଧ୍ୟ ପ୍ରଦେଶର ଗୁନାରେ ଶିକାରୀଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ସହିଦ ହେବା ଘଟଣାରେ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ(CM Shivraj Singh Chouhan) ନିଜ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ଏଥିରେ ଡିଜିପି, ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବ୍ୟକ୍ତିଗତ ଭାବେ ଏହି ମାମଲାର ତଦାରଖ କରୁଛନ୍ତି । ସେପଟେ, ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର (MP Home Minister Narottam Mishra) ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଅପରାଧୀଙ୍କ ଏ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶିକାରୀଙ୍କ ଗୁଳିରେ ସହିଦ ହୋଇଥିବା ୩ ପୋଲିସ କର୍ମଚାରୀଙ୍କ ପରିବାରକୁ 1 କୋଟି ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନକାଉଣ୍ଟରରେ ଜଣେ ଏସଆଇ (sub-Inspector Rajkumar Jatav) ରାଜ କୁମାର ଜାଟବ, କନେଷ୍ଟବଳ ନୀରଜ ଭାର୍ଗବ ଓ ଶାନ୍ତାରାମ ମିନା ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଗୁନାରେ ଶିକାରୀମାନେ କୃଷ୍ଣସାର ମୃଗ ଶୀକାର କରୁଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ସେହି ସ୍ଥାନରେ ପୋଲିସ ଟିମ ଚଢାଉ କରିଥିଲା । ପରେ ଶିକାରୀମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ ।

ପୋଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା । ଏଥିରେ ଜଣ ପୋଲିସ ଏସଆଇ(SI)ରାଜ କୁମାର ଯାଟବ, କନେଷ୍ଟବଳ ନୀରଜ ଭାର୍ଗବ ଓ ଶାନ୍ତାରାମ ମିନା ସହିଦ ହୋଇଥିଲେ । ଘଟଣାସ୍ଥଳରେ ଗୁନା ଏସପି ରାଜୀବ ମିଶ୍ରା (SP Guna Rajeev Mishra) ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ଚାରୋଟି କୃଷ୍ଣସାର ମୃଗଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 14, 2022, 12:39 PM IST

ABOUT THE AUTHOR

...view details