ଓଡିଶା

odisha

ବିହାର-ଝାଡଖଣ୍ଡ ସୀମାରେ ଏନକାଉଣ୍ଟର, 4 ନକ୍ସଲ ନିହତ

By

Published : Mar 16, 2021, 7:59 PM IST

ବିହାର-ଝାଡଖଣ୍ଡ ସୀମାନ୍ତ ପଲାମୁ ଅଞ୍ଚଳରେ ନକ୍ସଲ ଏବଂ କୋବ୍ରା ବାହିନୀ ମଧ୍ୟରେ ଗୁଳି ବିନିମୟ । 4 ନକ୍ସଲ ନିହତ । ଅଧିକ ପଢନ୍ତୁ...

କୋବ୍ରା-ନକ୍ସଲ ମୁହାଁମୁହିଁ, 4 ନକ୍ସଲ ନିହତ
କୋବ୍ରା-ନକ୍ସଲ ମୁହାଁମୁହିଁ, 4 ନକ୍ସଲ ନିହତ

ରାଞ୍ଚି: କୋବ୍ରା ବାଟାଲିୟମ ଓ ମାଓବାଦୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ । ବିହାର-ଝାଡଖଣ୍ଡ ସୀମା ପଲାମୁ ଅଞ୍ଚଳରେ ମାଓବାଦୀ ଏବଂ କୋବ୍ରା ମଧ୍ୟରେ ଏହି ଗୁଳି ବିନିମୟ ଘଟିଛି । ଯେଉଁଥିରେ 4 ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ତିନୋଟି ଏକେ 47, ଗୋଟିଏ ଇନସାସ ସମେତ ଅନେକ ହାତ ହତିଆର ଜବତ କରାଯାଇଛି ।

ମୃତ ମାଓବାଦୀଙ୍କ ମଧ୍ୟରେ ତିନି ଜଣଙ୍କ ପରିଚୟ ଜଣାପଡିଛି । ସେମାନେ ହେଲେ ଶିବପୂଜନ ଯାଦବ, ଉଦୟ ପାସୱାନ ଏବଂ ଅମରେଶ ଭୋକ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details