ଓଡିଶା

odisha

ETV Bharat / bharat

କୋରୋନା ବିରୋଧରେ କାମ ଦେବନି ଚିକ୍କଣ କଥା: ପି.ଚିଦାମ୍ବରମ - କୋଭିଡ-19

କୋଭିଡ-19 ଭ୍ୟାକ୍ସିନର ରଣନୀତି ପ୍ରସ୍ତୁତ ଓ ଟିକା ବିତରଣରେ କେନ୍ଦ୍ର ସମ୍ପୂର୍ଣ୍ଣ ବିଫଳ ହୋଇଛି । ତାର ବିଫଳତାକୁ କେନ୍ଦ୍ର ଲୁଚାଇବାକୁ ଚେଷ୍ଟା କରୁଛି କହି ସରକରାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ପି ଚିଦାମ୍ବରମ । ଅଧିକ ପଢନ୍ତୁ...

କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ
କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ

By

Published : Apr 12, 2021, 12:51 PM IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ନେତା ପି ଚିଦାମ୍ବରମ କେନ୍ଦ୍ର ଉପରେ ବର୍ଷିଛନ୍ତି । କୋଭିଡ-19 ଭ୍ୟାକ୍ସିନର ରଣନୀତି ପ୍ରସ୍ତୁତ ଓ ଟିକା ବିତରଣରେ କେନ୍ଦ୍ର ସମ୍ପୂର୍ଣ୍ଣ ବିଫଳ ହୋଇଛି । ତାର ବିଫଳତାକୁ କେନ୍ଦ୍ର ଲୁଚାଇବାକୁ ଚେଷ୍ଟା କରୁଛି । ଖାଲି କଥା କହି କୋରୋନା ବିରୋଧରେ ସଫଳତା ହାସଲ କରିହେବ ନାହିଁ ବୋଲି କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ପି. ଚିଦାମ୍ବରମ ।

ଅନେକ ରାଜ୍ୟ କୋଭିଡ -19 ଭ୍ୟାକ୍ସିନ ଅଭାବ ଥିବା କହିଛି । କଂଗ୍ରେସ କୋଭିଡ ଟୀକାକରଣ ନେଇ ପ୍ରସ୍ତୁତ ରଣନୀତି ଉପରେ ପ୍ରଶ୍ମ କରିଛି । ସରକାର କୋଭିଡ ଟୀକାକରଣରେ ରପ୍ତାନୀ ଓ ସ୍ଥିତିର ଭୁଲ ପରିଚାଳନା କରିଛି ଫଳରେ ଦେଶରେ ଟିକାର ଅଭାବ ଦେଖାଦେଇଛି ବୋଲି କହିଛନ୍ତି ବିଜେପି ସଭାପତି ସୋନିଆ ଗାନ୍ଧୀ ।

କୋରୋନା ବିରୋଧରେ ଯୁଦ୍ଧ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶ୍ନର ଉତ୍ତର ରଖି ପି ଚିଦାମ୍ବରମ୍ବ କହିଛନ୍ତି ଆଉ କିଛି ଦିନ ପରେ ପ୍ରଧାନମନ୍ତ୍ରୀ ଲକଡାଉନ ଘୋଷଣା କରିବେ ଏବଂ କହିବେ କୋଭିଡ 19 ବିରୋଧରେ ଆମେ ଏହି ଯୁଦ୍ଧକୁ 21 ଦିନରେ ଜିତିବା ଠିକ୍ ମହାଭାରତ ଯୁଦ୍ଧ ଭଳି ।

ଏହା ସହିତ ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଟୀକାକରଣ ଡ୍ରାଇଭ ଟିକା ଉତ୍ସବ ନାଁ ଏକ ଯୁଦ୍ଧ । ଗୋଟିଏ ଦିନ ସରକାର ଏହାକୁ ଟିକା ଉତ୍ସବ ଓ ଅନ୍ୟ ଦିନ ଏହାକୁ ଦ୍ବିତୀୟ ଯୁଦ୍ଧ ବୋଲି କହିଛନ୍ତି ପ୍ରକୃତରେ ଏହା କଣ ବୋଲି ପ୍ରଶ୍ନ କରିଛନ୍ତି ଚିଦାମ୍ବରମ । ଫମ୍ପା ବାଣୀ ଓ ଗର୍ବରେ କୋରୋନା ବିରୋଧରେ ସଫଳତା ମିଳିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ପି.ଚିଦାମ୍ବରମ ।

ପ୍ରକାଶ ଥାଉ କି, କୋରୋନା ବିରୋଧରେ ଦେଶବାସୀଙ୍କୁ ଅଧିକରୁ ଅଧିକ ଟୀକାକରଣ କରିବା ନେଇ ମାର୍ଚ୍ଚ 11ରୁ 14 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଟିକା ଉତ୍ସବ ପାଳନ ହେଉଛି ।

@ANI

ABOUT THE AUTHOR

...view details