ନୂଆଦିଲ୍ଲୀ: ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏଥର କୋରୋନା ବା କୋରୋନା ଭ୍ୟାକସିନ ନୁହେଁ ବରଂ ଦେଶରେ ବେକାରୀ ସମସ୍ୟାକୁ ନେଇ ସ୍ବର ଉଠାଇଛନ୍ତି ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବକଙ୍କୁ ଚାକିରି ଉପରେ ଦେଇଥିବା ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପୂରଣ ନକରିବାରୁ ନିନ୍ଦା କରିଛନ୍ତି ରାହୁଲ ।
ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦି ରୋଜଗାର ବିଷୟରେ କୌଣସି ଶବ୍ଦଟିଏ କୁହନ୍ତି ନାହିଁ । ଗତ ୭ ବର୍ଷ ମଧ୍ୟରେ ଦେଶର ୧୨ କୋଟି ଯୁବକ ଚାକିରି ନପାଇବା ଏବେ ବେକାର ଅଛନ୍ତି । କିନ୍ତୁ ନିର୍ବାଚନ ପୂର୍ବରୁ ବର୍ଷକୁ ୨କୋଟି ଚାକିରି ଦେବେ ବୋଲି ପ୍ରତିଶୃତି ଦେଇ ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିଥିଲେ । ହେଲେ ଏହି ପ୍ରତିଶୃତି ଏବେ ପ୍ରହସନ ବୋଲି ରାହୁଲ ଅଭିଯୋଗ କରିଛନ୍ତି ।
ବର୍ତ୍ତମାନ ମୌସୁମୀ ଅଧିବେଶନ ଜାରୀ ରହିଥିବା ବେଳେ ବିରୋଧୀ ପ୍ଲାକାର୍ଡ ସହିତ ସଂସଦ ଭିତରେ ବାହାରେ ଠିଆ ହୋଇଛନ୍ତି, କିନ୍ତୁ ଲୋକସଭା ଟିଭିରେ କେବଳ ଦୃଶ୍ୟମାନ ହେଉଛି ବିଜେପି ସାଂସଦମାନଙ୍କ କଥାବାର୍ତ୍ତା । ଗୃହର ସତ୍ୟତା ଲୁଚି ରହିଛି । ପେଗାସସ୍ ବିଷୟରେ କଂଗ୍ରେସ ନେତା ରାହୁଲ କହିଛନ୍ତି, ଏହା ସରକାରଙ୍କ ପାଇଁ ଏକ ଛୋଟ ପ୍ରସଙ୍ଗ ହୋଇପାରେ କିନ୍ତୁ ବିରୋଧୀ ଏହା ଉପରେ ଆଲୋଚନା ପାଇଁ ଅଟଳ ଅଛନ୍ତି ।
ମୋବାଇଲ ଫୋନ୍ ହେଉଛି ଏକ ସରଳ ଉପକରଣ । ଯାହାକୁ ଆମକୁ ଯୋଗାଯୋଗ ତଥ୍ୟ ଆଦାନପ୍ରଦାନରେ ସାହାଯ୍ୟ କରିଥାଏ । କିନ୍ତୁ ସରକାର ଗୁପ୍ତଚର ବ୍ୟବହାର କରି ଲୋକର ତଥ୍ୟ ଏ କଥାବାର୍ତ୍ତାକୁ ସଂଗ୍ରହ କରୁଛନ୍ତି । ଏହା ବାଦ୍ ନାଗରିକଙ୍କ ଗୋପନୀୟତା ମଧ୍ୟ ଉଲ୍ଲଙ୍ଘନ କରୁଛନ୍ତି । ଖାଲି ଏତିକି ନୁହଁ ସରକାର ଯୁବକ, କୃଷକଙ୍କ ସ୍ୱରକୁ ଦବାଇବା ପାଇଁ ପ୍ରୟାସ କରୁଛନ୍ତି । କିନ୍ତୁ ଯୁବ କଂଗ୍ରେସର ସ୍ୱରକୁ ସରକାର ଦବାଇପାରିବେ ନାହିଁ ଏହା ଦେଶର ଯୁବପିଢିଙ୍କ ସ୍ୱର ବୋଲି ସେ କହିଛନ୍ତି।
@ANI