ହାଇଦ୍ରାବାଦ: ଜଣାଶୁଣା ଅର୍ଥନୀତିଜ୍ଞ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯୋଗୀନ୍ଦର କେ. ଅଲଘଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି (ମଙ୍ଗଳବାର) 83ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।
ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଫେସର ଓ୍ବାଇକେ ଅଲଘ ଜଣେ ବିଶିଷ୍ଟ ବିଦ୍ୱାନ ଥିଲେ । ବିଶେଷକରି ଗ୍ରାମୀଣ ବିକାଶ, ପରିବେଶ ଏବଂ ଅର୍ଥନୀତି ଉପରେ ତାଙ୍କର ବିଶେଷ ଅବଦାନ ରହିଛି । ସେହିପରି ତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ସମବେଦନା ମଧ୍ୟ ଜଣାଇଛନ୍ତି ।