ଓଡିଶା

odisha

ETV Bharat / bharat

Emergency Landing: ବାଗଦୋଗ୍ରା ଯାଉଥିବା ବିମାନର ହାଇଡ୍ରୋଲିକ୍ ଫେଲ୍, ଦିଲ୍ଲୀରେ ଜରୁରୀ ଅବତରଣ - ବାଗଦୋଗ୍ରା ଯାଉଥିବା ବିମାନର ହାଇଡ୍ରୋଲିକ୍ ଫେଲ୍

ଦିଲ୍ଲୀରୁ ବାଗଦୋଗ୍ରା ଅଭିମୁଖେ ଉଡାଣ ଭରିଥିଲା ବେଳେ ଇଣ୍ଡିଗୋ ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି । ଉଡାଣ ଭରିବାର ପାଖାପାଖି ଏକ ଘଣ୍ଟା ପରେ ପୁଣି ଦିଲ୍ଲୀରେ ଜରୁରୀ ଅବତରଣ କଲା ବିମାନ । ଅଧିକ ପଢନ୍ତୁ

Emergency Landing
Emergency Landing

By

Published : Apr 16, 2023, 7:26 AM IST

ନୂଆଦିଲ୍ଲୀ:ମଝି ଆକାଶରେ ଉଡୁଥିବା ବେଳେ ବିମାନର ହାଇଡ୍ରୋଲିକ ସିଷ୍ଟମ ଫେଲ ହୋଇଥିଲା । ଉଡାଣର କିଛି ସମୟ ପରେ ପୁଣି ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଲା ବିମାନ । ଦିଲ୍ଲୀରୁ ବାଗଦୋଗ୍ରା ଅଭିମୁଖେ ଉଡାଣ ଭରିଥିବା ବେଳେ ବିମାନରେ ଏହି ସମସ୍ୟା ଦେଖା ଦେଇଥିଲା ।

ସୂଚନାଅନୁସାରେ, ଗତକାଲି(ଶନିବାର) ଅପରାହ୍ନରେ ଏହି ଘଟଣା ଘଟିଥିଲା । ବିମାନରେ ରହିଥିବା ସମସ୍ତ ୨୩୧ଜଣ ଯାତ୍ରୀ ଏବଂ ୬ଜଣ କ୍ରୁ ମେମ୍ବର ସୁରକ୍ଷିତ ଥିବା ସୂଚନା ଦିଆଯାଇଛି । ପ୍ରାୟ ୨ ଘଣ୍ଟା ପରେ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ବାଗଦୋଗ୍ରା ପଠାଯାଇଛି । ତେବେ ବିମାନରେ ତ୍ରୁଟି ଯୋଗୁଁ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି ସେମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Exclusive Interview with Satyapal Malik: ‘ପୁଲଓ୍ବାମାରେ ଫେଲ ମାରିଥିଲା ଗୁଇନ୍ଦା, ଏୟାରଲିଫ୍ଟ ପାଇଁ ମନା କରିଥିଲେ ରାଜନାଥ’

ମିଳିଥିବା ସୂଚନାଅନୁସାରେ, ଦିଲ୍ଲୀର ଆଇଜିଆର ଟର୍ମିନାଲ ୧ରୁ ଶନିବାର ଅପରାହ୍ନ ୨ଟା ୧୦ମିନିଟ ସମୟରେ ୬E୬୨୮୨ ଇଣ୍ଡିଗୋ ବିମାନ ଦିଲ୍ଲୀରୁ ବାଗଦୋଗ୍ରା ଅଭିମୁଖେ ଉଡାଣ ଭରିଥିଲା । ତେବେ ମଝି ଆକାଶରେ କିଛି ସମୟ ଉଡିବା ପରେ ବିମାନର ହାଇଡ୍ରୋଲିକ ସିଷ୍ଟମ ଫେଲ ହୋଇଥିବା ଜାଣିବାକୁ ପାଇଥିଲେ ପାଇଲଟ । ଏହାପରେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏଟିସି ସହ ଯୋଗାଯୋଗ କରି ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ । ତେବେ ବିମାନର ଜରୁରୀ ଅବତରଣ କରୁଥିବାରୁ ଏଟିସି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ବିମାନ ବନ୍ଦରରେ ଏସଓପି ଜାରି କରାଯାଇ ଜରୁରୀ ଅବତରଣ ପାଇଁ ପ୍ରସ୍ତୁତି କରାଯାଇଥିଲା । ୨୮/୧୦ ରନଓ୍ବେରେ ୩ଟା ୮ ମିନିଟ ସମୟରେ ଜରୁରୀ ଅବତରଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Rahul Bungalow: ଘର ଖାଲି କରୁଛନ୍ତି ରାହୁଲ, ଏମିତି କହି ଭାବବିହ୍ବଳ ହେଲେ ଘର ଆଗର ଆଇସକ୍ରିମ ବିକାଳୀ

ମେଡିକାଲ ଟିମ, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଥିଲା । କିନ୍ତୁ ଲ୍ୟାଣ୍ଡିଂ ସମୟରେ କୌଣସି ଯାତ୍ରୀଙ୍କର ଅସୁବିଧା ହୋଇନଥିଲା । ୨୩୧ଜଣ ଯାତ୍ରୀ ଏବଂ ୬ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଟର୍ମିନାଲକୁ ଅଣାଯାଇଥିଲା । ବିମାନ ଅବତରଣ କରିବାର ଅଧଘଣ୍ଟା ପରେ ବିମାନର ତ୍ରୁଟି ସୁଧାର କରାଯାଇଥିଲା । ଏହାପରେ ଅପରାହ୍ନ ୫ଟା ୩୩ ମିନିଟ ସମୟରେ ଏସଓପିକୁ ହଟାଯାଇଥିଲା । ସନ୍ଧ୍ୟା ୫ଟା ୨୦ ମିନିଟ ସମୟରେ ଉକ୍ତ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ବାଗଦୋଗ୍ରା ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details