ଓଡିଶା

odisha

By

Published : May 21, 2022, 12:01 PM IST

ETV Bharat / bharat

ଆଗ୍ରାରେ ଜରୁରୀକାଳୀନ ଅବତରଣ କଲା ପ୍ରତିରକ୍ଷା ମନ୍ତ୍ରୀଙ୍କ ବିମାନ

ଦିଲ୍ଲୀରେ ଖରାପ ପାଗ ହେତୁ ରାତି ଅଧରେ ଆଗ୍ରାରେ ଜରୁରୀକାଳୀନ ଅବତରଣ କଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିମାନ । ଅଧିକ ପଢନ୍ତୁ

ଆଗ୍ରାରେ ଜରୁରିକାଳୀନ ଅବତରଣ କଲା ରାଜନାଥ ସିଂଙ୍କ ବିମାନ
ଆଗ୍ରାରେ ଜରୁରିକାଳୀନ ଅବତରଣ କଲା ରାଜନାଥ ସିଂଙ୍କ ବିମାନ

ନୂଆଦିଲ୍ଲୀ: ମଝି ଆକାଶରେ ଉଡୁଥିବା ବେଳେ ରାତି ଅଧରେ ଜରୁରୀକାଳୀନ ଅବତରଣ କଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିମାନ । ଦିଲ୍ଲୀର ଖରାପ ପାଗ ଯୋଗୁଁ ଆଗ୍ରା ଠାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ ହୋଇଥିଲା । ସେଠାରେ ୩୦ ମିନିଟ ରହିବା ପରେ ପାଗରେ ପରିବର୍ତ୍ତନ ହେବାରୁ ପୁଣି ଥରେ ବିମାନ ଆଗ୍ରାରୁ ଉଡାଣ ଆରମ୍ଭ କରିଥିଲା ।

ଗତକାଲି ରାତିରେ ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ରାଜନାଥ ସିଂ । ହଠାତ୍ ରାତିରେ ଦିଲ୍ଲୀର ପାଗ ଖରାପ ହୋଇଗଲା । ଏହି କାରଣରୁ ଆଗ୍ରାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିମାନରେ ଜରୁରୀ ଅବତରଣ କରିଥିଲା । ଏନେଇ ପୋଲିସକୁ ଖବର ମିଳିବା ପରେ ଆଗ୍ରା ଏଡିଜି, ଆଗ୍ରା ଆଇଜି, ଏସଏସପି ଏବଂ ପୋଲିସ ତଥା ପ୍ରଶାସନିକ ଅଧିକାରୀମାନେ ବିମାନବନ୍ଦରରେ ପହଞ୍ଚିଥିଲେ । ଆଗ୍ରା ବିମାନବନ୍ଦରରୁ ସର୍କିଟ ହାଉସ ପର୍ଯ୍ୟନ୍ତ ରାସ୍ତାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ABOUT THE AUTHOR

...view details