ଓଡିଶା

odisha

By ETV Bharat Odisha Team

Published : Oct 17, 2023, 7:41 PM IST

ETV Bharat / bharat

ଲକ୍ଷ୍ନୌରେ ଜରୁରୀ ଅବତରଣ କଲା ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିମାନ

ହଠାତ ବିଗିଡିଲା ପାଗ । ଲକ୍ଷ୍ନୌରେ ଜରୁରୀ ଅବତରଣ କଲା ଦିଲ୍ଲୀରୁ ରାୟପୁର ଆସୁଥିବା ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଭୂପେଶ ବଘେଲଙ୍କ ଚାର୍ଟାଡ ବିମାନ । ଅଧିକ ପଢନ୍ତୁ

income-tax-department-notice-to-laborer-in-basti-crores-rupees-of-in-laborer-account
income-tax-department-notice-to-laborer-in-basti-crores-rupees-of-in-laborer-account

ଲକ୍ଷ୍ନୌ: ଲକ୍ଷ୍ନୌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଚାର୍ଡାଡ ପ୍ଲେନ । ଦିଲ୍ଲୀରୁ ରାୟପୁର ଅଭିମୁଖେ ଉଡାଣ ଭରିବା ପରେ ଖରାପ ପାଗ କାରଣରୁ ଗତକାଲି ବିଳମ୍ବିତ ରାତିରେ ବିମାନକୁ ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ କରିବାକୁ ପଡିଛି । ତେବେ ଆଜି ପାଗ ସୁଧୁରିବା ପରେ ପୂର୍ବାହ୍ନରେ ବଘେଲ ପୁଣି ରାୟପୁର ଅଭିମୁଖେ ଉଡାଣ ଭରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଏକ ଚାର୍ଟାଡ ଫ୍ଲାଇଟରେ ମୁଖ୍ୟମନ୍ତ୍ରୀ ବଘେଲ ଓ ତାଙ୍କ ଟିମ ଗତାକାଲି ବିଳମ୍ବିତ ରାତିରେ ରାୟପୁର ଅଭିମୁଖେ ଉଡାଣ ଭରିଥିଲେ । ଉଡାଣ ଭରିବା ସମୟରେ ପାଗ ସ୍ବାଭାବିକ ରହିଥିଲା । ମାତ୍ର ଟେକ-ଅଫ କରିବାର କିଛି ସମୟ ମଧ୍ୟରେ ପାଗରେ ହଠାତ୍‌ ପରିବର୍ତ୍ତନ ଆସିଥିଲା । ଆକାଶ ମେଘାଛନ୍ନ ରହିବା କାରଣରୁ ଦୃଶ୍ୟମାନ୍ୟତାରେ ମଧ୍ୟ ହ୍ରାସ ଘଟିଥିଲା । ଏହି କାରଣରୁ ଉଡାଣ ଜାରି ରଖିବା ସମ୍ଭବପର ନହେବାରୁ ବିମାନକୁ ଜରୁରୀ ଅବତରଣର ଆବଶ୍ୟକତା ପଡିଲା । ନିକଟବର୍ତ୍ତୀ ଏୟାରପୋର୍ଟ ଭାବେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦର ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ସହ ବଘେଲଙ୍କ ପ୍ଲେନର ପାଇଲଟ ଯୋଗାଯୋଗ କରିଥିଲେ । ଜରୁରୀ ଅନୁମତି ମିଳିବା ପରେ ପ୍ଲେନ ସୁରକ୍ଷିତ ଅବତରଣ ମଧ୍ୟ କରିଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ବଘେଲ ଏକ ହୋଟେଲରେ ରାତ୍ରିଯାପନ କରିଥିଲେ ।


ଲକ୍ଷ୍ନୌ ଏୟାରପୋର୍ଟ ପ୍ରବକ୍ତାଙ୍କ ସୂଚନା ଅନୁସାରେ, ଏଟିସି ସହ ବଘେଲଙ୍କ ପ୍ଲେନର ପାଇଲଟ ଯୋଗାଯୋଗ କରି ଜରୁରୀ ଅବତରଣ ଅନୁମତି ମାଗିବା ପରେ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା । ରାତି ପ୍ରାୟ 2ଟା ସମୟରେ ଏହି ଚାର୍ଟାଡ ପ୍ଲେନଟି ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା । ଆଜି ପୂର୍ବାହ୍ନରେ ବଘେଲ ରାୟପୁର ଅଭିମୁଖେ ଉଡାଣ ଭରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- MP Assembly Poll: ଇସ୍ତାହାରରେ ହାତ ଦେଲା ଏହି ପ୍ରତିଶ୍ରୁତି, ମିଛ ଚିଠି କହିଲେ ଶିବରାଜ


ବିଭିନ୍ନ ସମୟରେ ପାଗରେ ଅସ୍ବାଭାବିକ ପରିବର୍ତ୍ତନ ଆସିବା କାରଣରୁ ବିମାନ ଜରୁରୀ ଅବତରଣ କରିଥାଏ । ଏହି ସମୟରେ ବିମାନ ଉଡୁଥିବା ସ୍ଥାନର ନିକଟବର୍ତ୍ତୀ ବିମାନ ବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରାଯାଏ । ଏଟିସି କ୍ଲିୟରାନ୍ସ ମିଳିବା ପରେ ବିମାନ ଜରୁରୀ ଅବତରଣ କରିଥାଏ । ପରେ ବିମାନର ବୈଷୟିକ ଯାଞ୍ଚ ମଧ୍ୟ କରାଯାଏ । ମୁଖ୍ୟତଃ ଯାନ୍ତ୍ରିକ ତ୍ରୁଟି ଓ ଖରାପ ପାଗ କାରଣରୁ ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details