ଓଡିଶା

odisha

By

Published : Jan 31, 2021, 7:00 PM IST

ETV Bharat / bharat

ବିଲ ମଝିରେ ସ୍ଥଳସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ

ବିଲ ମଝିରେ ସ୍ଥଳସେନାର ଏକ ହେଲିକପ୍ଟର Z 1409 ଜରୁରୀକାଳୀନ ଅବତରଣ କରିଛି । ଏହି ହେଲିକପ୍ଟର ରାଜସ୍ଥାନରୁ ଗ୍ବାଲିଅର ଅଭିମୁଖେ ଯାଉଥିଲା । ଅଧିକ ପଢନ୍ତୁ...

ସ୍ଥଳସେନା ହେଲିକପ୍ଟରର ଜରୁରୀକାଳିନ ଅବତରଣ
ସ୍ଥଳସେନା ହେଲିକପ୍ଟରର ଜରୁରୀକାଳିନ ଅବତରଣ

ଭୋପାଳ: ମଧ୍ୟପ୍ରଦେଶ ମୁରୈନା ଜିଲ୍ଲା ଅନ୍ତର୍ଗତ ଟେଣ୍ଟରା ଥାନା ଅନ୍ତର୍ଗତ ଏକ ବିଲ ମଝିରେ ସ୍ଥଳସେନାର ଏକ ହେଲିକପ୍ଟର Z 1409 ଜରୁରୀକାଳୀନ ଅବତରଣ କରିଛି । ଏହି ହେଲିକପ୍ଟର ରାଜସ୍ଥାନରୁ ଗ୍ବାଲିଅର ଅଭିମୁଖେ ଯାଉଥିଲା । ତେବେ ଯାନ୍ତ୍ରିକ ତୃଟି ଯୋଗୁଁ ପାଇଲଟ ଏକ ସୁରକ୍ଷିତ ସ୍ଥାନରେ ହେଲିକପ୍ଟରକୁ ଅବତରଣ କରାଇଥିଲେ । ଅବତରଣର କିଛି ସମୟ ପରେ ଯାନ୍ତ୍ରିକ ତୃଟିକୁ ସୁଧାରିବା ପାଇଁ ଆଉ ଏକ ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲା । ମାତ୍ର 45 ମିନିଟ ପରେ ହେଲିକପ୍ଟର ଠିକ ହୋଇ ଯାଇଥିଲା ଏବଂ ଦୁଇଟି ହେଲିକପ୍ଟର ଉଡାଣ ଭରିଥିଲା ।

ସ୍ଥଳସେନା ହେଲିକପ୍ଟରର ଜରୁରୀକାଳିନ ଅବତରଣ

ଅନ୍ୟପଟେ ସ୍ଥାନୀୟ ଲୋକ ହେଲିକପ୍ଟରର ଏପରି ଅଚାନକ ଅବତରଣ ଦେଖି ଭୟଭୀତ ହୋଇଯାଇଥିଲେ । ଧିରେ ଧିରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ ଲାଗିଥିଲା । ସୂଚନା ପାଇବା କ୍ଷଣି ଟେଣ୍ଟରା ପୋଲିସ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details