ଓଡିଶା

odisha

ETV Bharat / bharat

Russia-ukraine conflict: ଭାରତୀୟଙ୍କ ସୁରକ୍ଷା ଚିନ୍ତା, ଦୂତାବାସ ପକ୍ଷରୁ ନିର୍ଦ୍ଦେଶାବାଳୀ ଜାରି

ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଆଣିବା ଲାଗି କିଭ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କିଭଳି ଓ କେଉଁ ରାସ୍ତା ଏବଂ କେଉଁ ସ୍ଥାନରୁ ଆସିବେ ଏନେଇ ଏହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି । ଅଧିକ ପଢନ୍ତୁ

Russia-ukraine conflict: ଭାରତୀୟଙ୍କ ସୁରକ୍ଷା ଚିନ୍ତା, ଦୂତାବାସ ପକ୍ଷରୁ ନିର୍ଦ୍ଦେଶାବାଳୀ ଜାରୀ
Russia-ukraine conflict: ଭାରତୀୟଙ୍କ ସୁରକ୍ଷା ଚିନ୍ତା, ଦୂତାବାସ ପକ୍ଷରୁ ନିର୍ଦ୍ଦେଶାବାଳୀ ଜାରୀ

By

Published : Feb 25, 2022, 10:03 PM IST

ନୂଆଦିଲ୍ଲୀ: ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଆଣିବା ଲାଗି କିଭ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କିଭଳି ଓ କେଉଁ ରାସ୍ତା ଏବଂ କେଉଁ ସ୍ଥାନରୁ ଆସିବେ ଏନେଇ ଏହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି । ତେବେ ରୋମାନିଆ ଏବଂ ହଙ୍ଗେରୀ ଉଦ୍ଧାର କରାଯିବ ନେଇ ଏଥିରେ ଉଲ୍ଲେଖ ରହିଛି ।

Russia-ukraine conflict: ଭାରତୀୟଙ୍କ ସୁରକ୍ଷା ଚିନ୍ତା, ଦୂତାବାସ ପକ୍ଷରୁ ନିର୍ଦ୍ଦେଶାବାଳୀ ଜାରୀ

ସେହିପରି ସୁରକ୍ଷିତ ଏବଂ ସମସ୍ତ ଆନୁଷଙ୍ଗିକ ଜିନିଷ ଧରି ନିର୍ଦ୍ଧଷ୍ଟ ସ୍ଥାନରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି । ଯଦି କେହି କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭାରତୀୟ ବୈଦଶିକ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ନମ୍ବରରେ ଯୋଗଯୋଗ କରିବାକୁ କୁହାଯାଇଛି । ଏଥିସହ ନାଗରିକ ଓ ଛାତ୍ରଛାତ୍ରୀ ନିଜ ନିଜର ବ୍ୟବସ୍ଥାରେ ଉଲ୍ଲେଖ ଥିବା ସ୍ଥାନରେ ପହଞ୍ଚିବାକୁ କୁହାଯାଇଛି ।

ଅନ୍ୟପଟେ ଆସିବାକୁ ଥିବା ଭାରତୀୟ ନିଜର ପାସପୋର୍ଟ, ଜରୁକାଳୀନ ପରିସ୍ଥିତ ପାଇଁ ଆବଶ୍ୟକ ଟଙ୍କା ଏବଂ ଅନ୍ୟାନ୍ୟ ଦରକାରୀ ଜିନିଷ ଆଣିବା ପାଇଁ ଉଲ୍ଲେଖ ରହିଛି । ସେହିପରି କୋଭିଡ୍‌ ଟୀକାକରଣର ଦ୍ବିତୀୟ ଡୋଜ ସାର୍ଟିଫିକେଟ ଯଦି ଅଛି ଆଣିବାକୁ କୁହାଯାଇଥିବା ବେଳେ ଭାରତୀୟ ଜାତୀୟ ପତାକାକୁ ପ୍ରିଣ୍ଟ କରି ଆସୁଥିବା ଯାନବାହାନରେ ଲଗେଇବା ପାଇଁ ନିର୍ଦ୍ଦେଶ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details