ଓଡିଶା

odisha

By

Published : Oct 31, 2022, 10:59 PM IST

ETV Bharat / bharat

ମସ୍କଙ୍କ ନୂଆ ନିୟମ: ଭେରିଫାଏଡ୍ ଆକାଉଣ୍ଟ ପାଇଁ ମାସିକ 20 ଡଲାର

ମାଲିକାନା ହାତେଇବା ପରେ ଏଲନ ମସ୍କଙ୍କ ନୂଆ ନିୟମ । ଟ୍ବିଟରରେ ଭେରିଫାଏଡ ଆକାଉଣ୍ଟଧାରୀଙ୍କୁ ଗଣିବାକୁ ପଡିବ ମାସିକ 20 ଡଲାର । ନହେଲେ ହରାଇବେ ବ୍ଲ୍ୟୁ ଟିକ (verified Twitter users to pay 20 dollar )। ଅଧିକ ପଢନ୍ତୁ

ମସ୍କଙ୍କ ନୂଆ ନିୟମ: ଭେରିଫାଏଡ ଆକାଉଣ୍ଟଧାରୀଙ୍କୁ ଗଣିବାକୁ ପଡିବ ମାସିକ 20 ଡଲାର
ମସ୍କଙ୍କ ନୂଆ ନିୟମ: ଭେରିଫାଏଡ ଆକାଉଣ୍ଟଧାରୀଙ୍କୁ ଗଣିବାକୁ ପଡିବ ମାସିକ 20 ଡଲାର

ଓ୍ବାଶିଂଟନ: ଗୋଟିେଏ ପରେ ଗୋଟିଏ ନିୟମରେ ପରିବର୍ତ୍ତନ ଆଣିବାରେ ଲାଗିଛନ୍ତି ଲୋକପ୍ରିୟ ମାଇକ୍ରୋ ବ୍ଲଂଗି ଆପ ଟ୍ବିଟରର ନୂଆ ମାଲିକ ଏଲନ ମସ୍କ (verified Twitter users to pay 20 dollar )। ଏଣିକି ଟ୍ବିଟରରେ ଭେରିଫଏଡ ୟୁଜର୍ସ ଭାବେ ପ୍ରୋଫାଇଲରେ ବ୍ଲ୍ୟୁ ଟିକ ପାଇଥିବା ବ୍ୟବହାରକାରୀ ବା ଆକାଉଣ୍ଟଧାରୀଙ୍କୁ ମାସିକ ଦେବାକୁ ହେବ 20 ଆମେରିକୀୟ ଡଲାର । ଏହି ରାଶି ପ୍ରଦାନ ନକଲେ ସେମାନଙ୍କ ଟ୍ବିଟର ଆକାଉଣ୍ଚରୁ ବ୍ଲ୍ୟୁ ଟିକକୁ ବାଦ ଦେବ ସଂସ୍ଥା । ମସ୍କଙ୍କ ଏପରି କିଛି ନୟମକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ହେବାରେ ଲାଗିଛି ।

ମାଇକ୍ରୋ ବ୍ଲଗିଂ ପାଇଁ ବିଶ୍ବରେ ସର୍ବାଧିକ ବ୍ୟବହୃତ ହୋଇଥାଏ ଟ୍ବିଟର । ବିଭିନ୍ନ କ୍ଷେତ୍ରରେ ଜଣାଶୁଣା ବ୍ୟକ୍ତିବିଶେଷ ତଥା ଅଧିକ ଅନୁସରଣକାରୀ ଥିଲେ ସଂସ୍ଥା ସମ୍ପୃକ୍ତ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ଭେରିଫାଏଡ ଆକାଉଣ୍ଟ ବୋଲି ଚିହ୍ନିତ କରିବା ସହ ଏକ ବ୍ଲ୍ୟୁ ଟିକ୍‌ ମଧ୍ୟ ପ୍ରଦାନ କରିଥାଏ । ତେବେ ମସ୍କଙ୍କ ହାତକୁ ମାଲିକାନା ଆସିବା ପରେ ବିଭିନ୍ନ କ୍ଷେତ୍ରରେ ଟ୍ବିଟରରେ ଥିବା ପୂର୍ବ ସର୍ତ୍ତାବଳୀରେ ପରିବର୍ତ୍ତନ ଆସିବା ନେଇ ଅନୁମାନ କାରଯାଉଥିଲା । ତେବେ ଜଣେ ବ୍ୟବହାରକାରୀ ବହୁ ଅନୁସରଣକାରୀ ଥିଲେ ସୁଦ୍ଧା ତାଙ୍କୁ ବ୍ଲ୍ୟୁ ଟିକ୍‌ ମିଳି ନଥିବା ଅଭିଯୋଗ କରିଥିଲେ । ଏହାର ଠିକ ପରେ ମସ୍କଙ୍କ ବ୍ଲ୍ୟୁ ଟିକ ନେଇ ଏପରି ଘୋଷଣା ମଧ୍ୟ ଦେଖିବାକୁ ମିଳିଥିଲା ।

ଅନ୍ୟପଟେ କେଉଁ ଆଧାରରେ ସଂସ୍ଥା ଏବେ ଭେରିଫଏଡ ଆକାଉଣ୍ଟର ମାନଦଣ୍ଡ ସ୍ଥିର କରିବ ତାହା ମଧ୍ୟ ମସ୍କଙ୍କ ନେତୃତ୍ବାଧୀନ ନୁଆ ପରିଚାଳନା ଟିମ କିଛି ସ୍ପଷ୍ଟ କରିନାହିଁ । ସଂସ୍ଥାର ନୂଆ ନିୟମ ନେଇ ମିଳିଥିବା ସୂଚନା ଅନୁସାରେ, ବ୍ଲ୍ୟୁ ଟିକ ପାଇଁ ଅର୍ଥ ଦେବାକୁ ଥିବା ଆକାଉଣ୍ଟଧାରୀ କିଛି ବିଶେଷ ଫିଚରର ସୁବିଧା ମଧ୍ୟ ପାଇପାରନ୍ତି । ସେମାନଙ୍କୁ ଏଣିକି ମାସିକ 20 ଆମେରିକୀୟ ଡଲାର ଦେବାକୁ ପଡିବ । ଯାହା ଭାରତୀୟ ମୁଦ୍ରାରେ ପ୍ରାୟ 16 ଶହ ଟଙ୍କା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details