ଓଡିଶା

odisha

By

Published : May 11, 2022, 3:55 PM IST

ETV Bharat / bharat

Twitterକୁ କମବ୍ୟାକ୍ କରିବେ ଟ୍ରମ୍ପ ! ଇସାରା ଦେଲେ Elon Musk

ଡୋନଲ୍ଡ ଟ୍ରମ୍ପଙ୍କ ଉପରୁ ହଟିବ ଟ୍ବିଟର କଟକଣା । ସଙ୍କେତ ଦେଲେ ନୂତନ ଚ୍ବିଟର ମାଲିକ ଏଲନ ମସ୍କ । ସହ ପ୍ରତିଷ୍ଠାତା ଜ୍ୟାକ ଦର୍ଶୀ ମଧ୍ୟ ସ୍ଥାନୀ ପ୍ରତିବନ୍ଧକ ବିରୋଧରେ ହେଲେ ସହମତ । 2021 ରାଷ୍ଟ୍ରପତି ନିର୍ବାଚନ ପରବର୍ତ୍ତୀ ହିଂସା ସମୟରୁ ଟ୍ରମ୍ପଙ୍କ ଟ୍ବିଟରରେ ଲାଗିଛି ପ୍ରତିବନ୍ଧକ । ଅଧିକ ପଢନ୍ତୁ

ପୁଣି ଟ୍ବିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ ! ସ୍ଥାୟୀ ପ୍ରତିବନ୍ଧକ ବିରୋଧରେ ଏଲନ ମକ୍ସ
ପୁଣି ଟ୍ବିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ ! ସ୍ଥାୟୀ ପ୍ରତିବନ୍ଧକ ବିରୋଧରେ ଏଲନ ମକ୍ସ

ଓ୍ବାଶିଂଟନ:ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ପ୍ରତିବନ୍ଧକ ପ୍ରତ୍ୟାହାର କରିପାରେ ଟ୍ବିଟର । ଏନେଇ ଗତକାଲି (ମଙ୍ଗଳବାର) ଟେସଲା CEO ତଥା ଟ୍ବିଟରର ନୂତନ ମାଲିକାନା ଗ୍ରହଣ କରିଥିବା ଏଲନ ମସ୍କ ସୂଚନା ଦେଇଛନ୍ତି । କୌଣସି କାରଣ ପାଇଁ କେହି ବ୍ୟବହାରୀଙ୍କ ଉପରେ ସ୍ଥାୟୀ ପ୍ରତିବନ୍ଧକ ଯଥାର୍ଥ ନୁହେଁ ବୋଲି ମସ୍କ କହିଥିଲେ । ତେବେ ମସ୍କଙ୍କ ଏହି ମନ୍ତବ୍ୟକୁ ଟ୍ବିଟରର ସହ ପ୍ରତିଷ୍ଠାତା ଜ୍ୟାକ ଦର୍ଶୀ ମଧ୍ୟ ସହମତ ହୋଇଥବା ଏକ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ମାଲିକାନା ହାତେଇବା ପାଇଁ ମସ୍କ ପ୍ରାୟ 44 ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିଛନ୍ତି । ତେବେ ମସ୍କ ଟ୍ବିଟରରେ କିଛି ଫିଚର ଓ ପୂର୍ବ ସର୍ତ୍ତାବଳୀ ମଧ୍ୟ କୋହଳ କରିପାରନ୍ତି ବୋଲି ଚର୍ଚ୍ଚା ଲାଗିରହିଛି । ସେପରି କିଛି ବୈଷୟିକ ପରିବର୍ତ୍ତନ ଏବେ ସୁଦ୍ଧା ଟ୍ବିଟରରେ ଦେଖିବାକୁ ମିଳିନଥିବା ବେଳେ ସ୍ଥାୟୀ ପ୍ରତିବନ୍ଧକ ଉପରେ ମସ୍କ ସାମନ୍ୟ କୋହଳ ଆଭିମୁଖ୍ୟ ପୋଷଣ କରିଥିବା ଦେଖିବାକୁ ମିଳିଛି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟରେ ପ୍ରାୟ 88 ମିଲିୟନ ଫଲଓ୍ବର୍ସ ରହିଥିଲେ । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରବର୍ତ୍ତୀ ସମୟରେ କ୍ଷମତା ହସ୍ତାନ୍ତର ବେଳେ ଦେଖାଯାଇଥିବା ସଙ୍କଟ ଏବଂ କ୍ୟାପିଟାଲ ବିଲ୍ଡିଂରେ ସଂଗଠିତ ହିଂସାରେ ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟକୁ ସ୍ଥାୟୀ ଭାବେ ପ୍ରତିବନ୍ଧକ ଲଗାଇଥିଲେ ଟ୍ବିଟର କର୍ତ୍ତୃପକ୍ଷ । ଏବେ ଏଲନ ମସ୍କଙ୍କ ଏପରି ସଙ୍କେତ ପରେ ଡୋନାଲ ଟ୍ରମ୍ପ ପୁଣି ଥରେ ଟ୍ବିଟରକୁ ଫେରିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details