ଓଡିଶା

odisha

ETV Bharat / bharat

Elgar Parishad Case: ଜେଲରୁ ମୁକୁଳିଲେ ଆନନ୍ଦ ଟେଲଟମ୍ବଡେ - ଏଲଗର ପରିଷଦ ମାଓବାଦୀ ଲିଙ୍କ

ଏଲଗର ପରିଷଦ ମାଓବାଦୀ ଲିଙ୍କ ମାମଲା । ଜେଲରୁ ମୁକ୍ତ ହେଲେ ଗିରଫ ଅଭିଯୁକ୍ତ ଆନନ୍ଦ ଟେଲଟମ୍ବଡେ । ଅଧିକ ପଢନ୍ତୁ

ଜେଲରୁ ମୁକ୍ତ ହେଲେ ଅଭିଯୁକ୍ତ ଆନନ୍ଦ ଟେଲଟମ୍ବଡେ
ଜେଲରୁ ମୁକ୍ତ ହେଲେ ଅଭିଯୁକ୍ତ ଆନନ୍ଦ ଟେଲଟମ୍ବଡେ

By

Published : Nov 27, 2022, 1:32 PM IST

ମୁମ୍ବାଇ:ଜେଲରୁ ମୁକ୍ତ ହେଲେ ଏଲଗର ପରିଷଦ ମାଓବାଦୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ସାମାଜିକ କର୍ମୀ ଆନନ୍ଦ ଟେଲଟମ୍ବଡେ । ଶନିବାର ନଭି ମୁମ୍ବାଇ ସ୍ଥିତ ତାଲୋଜା ଜେଲରୁ ତାଙ୍କୁ ମୁକ୍ତ କରାଯାଇଛି । ଶନିବାର ଅପରାହ୍ନ ପ୍ରାୟ 1ଟା15 ସମୟରେ ଜେଲରୁ ବାହାରିଥିଲେ । ତେବେ ଟେଲଟମ୍ବଡେଙ୍କୁ ମୁକ୍ତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ସୁପ୍ରିମକୋର୍ଟରେ ଟେଲଟମ୍ବଡେ ଜାମିନକୁ ଚ୍ୟାଲେଞ୍ଜ କରି ଏକ ଆବେଦନ କରିଥିଲା ଜାତୀୟ ଅନୁସନ୍ଧାନ ଏଜେନ୍ସି । ଯାହାକୁ ଶୁକ୍ରବାର ପ୍ରତ୍ୟାଖ୍ୟାନ କରିଥିଲେ ସୁପ୍ରିମକୋର୍ଟ ।

ଜଣେ ଅଧିକାରୀ କହିଛନ୍ତି ଯେ, ''ଟେଲଟମ୍ବଡେଙ୍କୁ ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଦିଆଯାଇଥିବା ଜାମିନକୁ ଚ୍ୟାଲେଞ୍ଜ କରୁଥିବା ଏନଆଇଏ ଆବେଦନକୁ ଶୁକ୍ରବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିଲେ । ଏହା ପରେ ଜାମିନ ଆବେଦନ ପୂରଣ ପରେ ତାଙ୍କୁ ମୁକ୍ତ କରାଯାଇଥିଲା । ସେ କହିଛନ୍ତି ଯେ ନଭେମ୍ବର 18ରେ ହାଇକୋର୍ଟ ଟେଲଟମ୍ବଡେଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏନଆଇଏରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଏପ୍ରିଲ 14, 2020ରେ ଗିରଫ କରାଯାଇଥିଲା''।

ଏହା ମଧ୍ୟ ପଢନ୍ତୁ-ଜେଲ୍‌ରେ ଅୟସ କରୁଛନ୍ତି ଆପ୍ ମନ୍ତ୍ରୀ, ପୁଣି ଆସିଲା ଭିଡିଓ

ଜାମିନରେ ମୁକ୍ତ ହୋଇଥିବା ଏହି ମାମଲାରେ ଗିରଫ ହୋଇଥିବା 16 ଜଣଙ୍କ ମଧ୍ୟରୁ ଟେଲଟମ୍ବଡେ ହେଉଛନ୍ତି ତୃତୀୟ । ଓକିଲ ସୁଧା ଭରଦ୍ୱାଜ ଜାମିନରେ ଥିବାବେଳେ କବି ବରବର ରାଓ ବର୍ତ୍ତମାନ ସ୍ୱାସ୍ଥ୍ୟଗତ କାରଣ ପାଇଁ ଜାମିନରେ ଅଛନ୍ତି । ଡିସେମ୍ବର 31, 2017 ରେ ପୁଣେରେ ଏଲଗର ପରିଷଦ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହାପର ଦିନ ପୁଣେ ନିକଟ କୋରେଗାଓଁ-ଭୀମା ଯୁଦ୍ଧ ସ୍ମାରକୀ ନିକଟରେ ହିଂସାକାଣ୍ଡ ହୋଇଥିଲା । ଏହାପରେ ପୁଣେ ପୋଲିସ ଦାବି କରିଥିଲା ଯେ ମାଓବାଦୀ ଲିଙ୍କ ଥିବା ବ୍ୟକ୍ତିଙ୍କ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ପରେ ଏହି ମାମଲାର ତଦନ୍ତ ଏନଆଇଏ କରିଥିଲା ।

ABOUT THE AUTHOR

...view details