ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଚାଷୀ ନେତାଙ୍କ ସହ ଆଲୋଚନାରେ ଏବେ କଠୋର ଆଭିମୁଖ୍ୟ ଆପଣାଉଛନ୍ତି ସରକାର । ଶୁକ୍ରବାର ହୋଇଥିବା ବୈଠକରେ ସରକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ ଯେତେ ପର୍ଯ୍ୟନ୍ତ ଦେଢ ବର୍ଷର ପ୍ରସ୍ତାବ ଉପରେ ବିଚାର ନ କରୁଛନ୍ତି, ସେତେ ଯାଏଁ ଆଲୋଚନା ସମ୍ଭବ ନୁହେଁ ।
ବୈଠକ ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀ ନେତାଙ୍କୁ କହିଛନ୍ତି, ସରକାର ଆପଣଙ୍କ ସହଯୋଗ ପାଇଁ କୃତଜ୍ଞ । ଆଇନରେ କୌଣସି ତ୍ରୃଟି ନାହିଁ । ଆମେ ଆପଣଙ୍କ ସମ୍ମାନରେ ପ୍ରସ୍ତାବ ଦେଇଛୁ । ହେଲେ ଆପଣ ନିର୍ଣ୍ଣୟ କରିପାରିଲେ ନାହିଁ । ଯଦି କୌଣସି ନିର୍ଣ୍ଣୟରେ ପହଞ୍ଚନ୍ତି ତେବେ ଜଣାଇବାକୁ ଚାଷୀଙ୍କୁ କହିଛନ୍ତି ତୋମାର ।
ଦଶମ ରାଉଣ୍ଡ ବୈଠକରେ ସରକାର ଚାଷୀ ନେତାମାନଙ୍କୁ ପ୍ରସ୍ତାବ ଦେଇଥିଲ ଯେ ଆମେ ନୂତନ ଆଇନକୁ ଦେଢ ବର୍ଷ ପାଇଁ ସ୍ଥଗିତ ରଖିବୁ । ଏହା ଉପରେ ବିଚାର କରିବାକୁ ଚାଷୀ ନେତାମାନଙ୍କୁ କୁହାଯାଇଥିଲା । କିନ୍ତୁ 11 ତମ ରାଉଣ୍ଡ ବୈଠକ ପୂର୍ବରୁ ମଧ୍ୟ ଚାଷୀ ନେତାମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରସ୍ତାବ ଉପରେ ବିଚାର କରାଯିବ ନାହିଁ ଏବଂ ଆନ୍ଦୋଳନ ବନ୍ଦ କରିବା ପାଇଁ ଆଇନ ପ୍ରତ୍ୟାହାର ହେଉଛି ଏକମାତ୍ର ବିକଳ୍ପ ।