ଓଡିଶା

odisha

By

Published : Jul 13, 2022, 4:51 PM IST

Updated : Jul 13, 2022, 5:08 PM IST

ETV Bharat / bharat

ଉଛୁଳା ନଈରେ ମାହୁନ୍ତର ଜୀବନ ବଞ୍ଚାଇଲା ହାତୀ

ଆଜିର ସ୍ବାର୍ଥପର ଦୁନିଆରେ ମଣିଷ ମଣିଷର ଶତ୍ରୁ ସାଜିଥିବା ବେଳେ ପଶୁ ହୋଇ ମହାନତା ଦେଖାଇଲା ହାତୀ । ଉଛୁଳା ନଈର ସୁଅକୁ ଚିରି ମାହୁନ୍ତର ଜୀବନ ବଞ୍ଚାଇଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ଉଛୁଳା ନଈରେ ମାହୁନ୍ତର ଜୀବନ ବଞ୍ଚାଇଲା ହାତୀ
ଉଛୁଳା ନଈରେ ମାହୁନ୍ତର ଜୀବନ ବଞ୍ଚାଇଲା ହାତୀ

ପାଟନା: ବିହାରରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜୀବନ ଦାୟିନୀ ଗଙ୍ଗାନଦୀର ପ୍ରଖର ସ୍ରୋତ ସମସ୍ତଙ୍କ ମନରେ ଭୟ ସଞ୍ଚାର କରୁଛି । ଏହାରି ଭିତରେ ରାଜ୍ୟର ବୈଶାଳୀ ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡିଓଟିରେ ଦେଖାଯାଇଛି, ଗୋଟିଏ ହାତୀ ଏବଂ ତା'ର ମାହୁନ୍ତ ଗଙ୍ଗାନଦୀରେ ଫସି ଯାଇଛନ୍ତି(Elephant Trapped In River Ganga In Vaishali) । ହାତୀଟି ନିଜ ଜୀବନକୁ ଖାତିର ନ କରି ମାହୁନ୍ତର ଜୀବନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି । ହାତୀ ଉଛୁଳା ନଦୀର ପ୍ରଖର ସୁଅକୁ ଚିରି ମାହୁନ୍ତକୁ ନିଜ ପିଠିରେ ବସାଇ ସୁରକ୍ଷିତ ଭାବେ କୂଳରେ ପହଞ୍ଚାଇଛି ।

ଉଛୁଳା ନଈରେ ମାହୁନ୍ତର ଜୀବନ ବଞ୍ଚାଇଲା ହାତୀ

ହାତୀଟି ମାହୁନ୍ତକୁ ପିଠିରେ ବସାଇ କୂଳରେ ପହଞ୍ଚିବା ପାଇଁ କଡା କସରତ କରୁଥିବାର ଦେଖାଯାଇଛି । ପାଣିର ସୁଅ ଏତେ ପ୍ରଖର ରହିଛି ଯେ, ବେଳେବେଳେ ଲାଗୁଛି ଯେପରି ହାତୀଟି ପାଣି ଭିତରେ ବୁଡି ଯାଇଛି । କିନ୍ତୁ ପ୍ରତିଟି ଥର ସେ ସୁଅର ମୁକାବିଲା କରି ପୁଣି ଉପରକୁ ଉଠୁଛି । ଶେଷରେ ସେ ନିଜ ମାହୁନ୍ତର ଜୀବନ ରକ୍ଷା କରିପାରିଛି । ତେବେ ଯାହା ସୂଚନା ରହିଛି, ମାହୁନ୍ତ ହାତୀ ପିଠିରେ ସବାର ହୋଇ ଗଙ୍ଗାନଦୀ ପାର୍ ହେବାକୁ ଉଦ୍ୟମ କରୁଥିଲେ । ହେଲେ ନଦୀର ପ୍ରଖର ସୁଅ ଯୋଗୁଁ ଉଭୟ ହାତୀ ଓ ମାହୁନ୍ତ ମଝି ନଈରେ ଫସି ଯାଇଥିଲେ । ବଞ୍ଚିବାର କୌଣସି ରାହା ନଜର ଆସୁନଥିବା ବଳେ ହାତୀଟି କିନ୍ତୁ ସୁଅର ମୁକାବିଲା କରି ନିଜର ଓ ମାହୁନ୍ତର ଜୀବନ ବଞ୍ଚାଇବାର ସଫଳ ହୋଇଥିଲା । ଉଛୁଳା ନଈରେ ଜୀବନ ମରଣ ସହ ହାତୀର ସଂଘର୍ଷର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି ଏବଂ ଲୋକମାନେ ଏହାକୁ ପସନ୍ଦ କରୁଥିବାର ମଧ୍ୟ ନଜର ଆସିଛି ।

Last Updated : Jul 13, 2022, 5:08 PM IST

ABOUT THE AUTHOR

...view details