ବାରଣାସୀ: ବନ୍ଦୀ ଜୀବନରୁ ମୁକୁଳିବ ହତ୍ୟାକାରୀ ହାତୀ । ରାମନଗର ବନ୍ୟଜନ୍ତୁ ସଂରକ୍ଷଣର ତତ୍ବବଧାନରେ ହତ୍ୟାଦଣ୍ଡ ଭୋଗୁଥିବା ହାତୀ ମିଠୁ ପାଇବ ଶୀଘ୍ର ମୁକ୍ତି । ଦେଢ ବର୍ଷରୁ ଅଧିକ ସମୟ ଧରି କଏଦ ଥିଲା ମିଠୁ ।
ମିଠୁର ଯନ୍ତ୍ରଣାକୁ ଟ୍ୱିଟର ମାଧ୍ୟମରେ କେହି ଜଣେ ବ୍ୟକ୍ତି ବାରାଣାସୀ ପୋଲିସ କମିଶନର ପାଖରେ ପହଞ୍ଚାଇଥିଲେ । ସେ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ରମେଶ ପାଣ୍ଡେଙ୍କ ସହ କଥା ହୋଇଛନ୍ତି ଏବଂ ମିଠୁକୁ ଯଥାଶୀଘ୍ର ପାରୋଲରେ ମୁକ୍ତ କରିବାକୁ କହିଛନ୍ତି ।
ପ୍ରକାଶ ଯେ, ପ୍ରାୟ ଦେଢ ବର୍ଷ ଧରି ବନ୍ୟ ଜୀବନ ସଂରକ୍ଷଣ ଅଧିନରେ ହାତୀକୁ ଶିଙ୍ଖୁଳିରେ ବାନ୍ଧି ରଖାଯାଇଥିଲା । ଦେଢ ବର୍ଷ ତଳେ 2019 ଅକ୍ଟୋବର 20 ରେ ଏହି ହାତୀ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଥିଲା । ଆଉ ମୃତକଙ୍କ ପରିଜନ ହାତୀ ଓ ହାତୀଙ୍କ ମହନ୍ତ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲେ । ଆଉ ଏହି ଅଭିଯୋଗରେ ହାତୀ ଓ ମହନ୍ତ ଉଭୟ ଙ୍କୁ ଗିରଫ କରାଯାଇଥିଲା । ମହନ୍ତଙ୍କୁ ଜେଲ ପଠାଯାଇଥିବା ବେଳେ ହାତୀ ବାରଣାସୀର ରାମନଗର ସ୍ଥିତ ବନ୍ୟ ଜୀବ ସଂରକ୍ଷଣ ବିଭାଗକୁ ହସ୍ତଗତ କରିଦିଆଯାଇଥିଲା । ସେବେଠାରୁ ସେ ଶିଙ୍ଖୁଳିରେ ବାନ୍ଧି ହୋଇଥିଲା । ହାତୀର ଚାରି ଗୋଡରେ ଲୁହାର ମୋଟା ଶିକୁଳି ବନ୍ଧା ହୋଇଛି, ଯାହା ଅତ୍ୟନ୍ତ ଅମାନବୀୟ ଦେଖାଯାଉଛି ।
ଏହି ଘଟଣା ପରେ ମହନ୍ତକୁ କିଛି ଦିନ ପରେ ଜାମିନ ମିଳିଥିଲା । କିନ୍ତୁ ହାତୀଟି ବନ୍ଦୀ ଅବସ୍ଥାରେ ଅଛି । ଜାମିନ ପାଇଁ ଏକ ଆବେଦନ ନିଶ୍ଚିତ ଭାବରେ କରାଯାଇଥିଲା । ହେଲେ ଶୁଣାଣି ଆରମ୍ଭ ହେବା ପୂର୍ବରୁ ଏକ ଲକଡାଉନ ହୋଇଯାଇଥିଲା । ଆଉ ଜାମିନ ଆବେଦନ ଆଗକୁ ବଢିଥିଲା।