ଓଡିଶା

odisha

ETV Bharat / bharat

ହାତୀ ଗୋଡାଇବାରୁ ପାହାଡ ଚଢିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ - ଉତ୍ତରାଖଣ୍ଡ ନ୍ୟୁଜ୍

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ (Elephant in front of trivendra singh rawat convoy)। ଗାଡିରୁ ଓହ୍ଲାଇ ଏକ ବଡ ପଥର ଉପରେ ଅଧଘଣ୍ଟା ନେଲେ ଆଶ୍ରୟ । ବନ ବିଭାଗ ପହଞ୍ଚି ଘଉଡାଇଲା ହାତୀ । ଅଧିକ ପଢନ୍ତୁ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୋଡାଇଲା ହାତୀ, କହିଲେ ଇଶ୍ବରଙ୍କ କୃପାରୁ ବର୍ତ୍ତିଗଲି
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୋଡାଇଲା ହାତୀ, କହିଲେ ଇଶ୍ବରଙ୍କ କୃପାରୁ ବର୍ତ୍ତିଗଲି

By

Published : Sep 15, 2022, 7:41 PM IST

Updated : Sep 15, 2022, 10:14 PM IST

ଡେରାଡୁନ:ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ (Elephant in front of trivendra singh rawat convoy)। ତ୍ରିବେନ୍ଦ୍ର ସିଂ ରାଓ୍ବତ ଗତକାଲି ସଂଧ୍ୟାରେ ପୌରୀରୁ କୋଟଦ୍ୱାରକୁ ଯାଉଥିବା ବେଳେ ତାଙ୍କ କନଭୟ ସମ୍ମୁଖକୁ ଏକ ହାତୀ ଆସି ଯାଇଥିଲା । ହାତୀଟି ନିକଟବର୍ତ୍ତୀ ହେବା ଯୋଗୁଁ ସମ୍ଭାବ୍ୟ ଆକ୍ରମଣରୁ ରକ୍ଷା ପାଇବା ପାଇଁ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କୁ ଗାଡିରୁ ଓହ୍ଲାଇ ନିକଟରେ ଥିବା ଏକ ବଡ ପଥର ଉପରେ ଆଶ୍ରୟ ନେବାକୁ ପଡିଥିଲା । ପରେ ଦୀର୍ଘ ସମୟ ପରିଶ୍ରମ କରି ତ୍ରିବେନ୍ଦ୍ରଙ୍କ ସୁରକ୍ଷା କର୍ମୀ ଓ ବନ କର୍ମଚାରୀ ମିଳିତ ଭାବେ ହାତୀଟିକୁ ଉକ୍ତ ସ୍ଥାନରୁ ଘଉଡାଇବାରେ ସଫଳ ହୋଇଥିଲେ ।

ସ୍ଥିତି ଏପରି ହୋଇଥଲା ଯେ, ହାତୀଟି ଉକ୍ତ ସ୍ଥାନରେ ବେଶ କିଛି ସମୟ ଧରି ଆତଙ୍କ ରଚିଥିଲା । ଉକ୍ତ ରାସ୍ତାରେ ୟାତାୟତ ବନ୍ଦ ରହିବା ସହ ଶହ ଶହ ସଂଖ୍ୟାରେ ଗାଡି ମଧ୍ୟ ଅଟକି ରହିବାକୁ ବାଧ୍ୟ ହୋଇଥିଲେ । ଏପରି ସ୍ଥିତିରେ ତ୍ରିବେନ୍ଦ୍ର ସିଂଙ୍କୁ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉକ୍ତ ପଥର ଉପରେ ଆଶ୍ରୟ ନେବାକୁ ପଡିଥିଲା (Elephant attack to trivendra singh rawat)। ତାଙ୍କୁ ସୁରକ୍ଷା ଦେବାକୁ ତାଙ୍କର ଅଙ୍ଗରକ୍ଷୀମାନେ ଘେରି ରହିଥିଲେ । ତୁରନ୍ତ ବନ ବିଭାଗକୁ ମଧ୍ୟ ଖବର ଦିଆଯାଇଥିଲା । ବନ କର୍ମଚାରୀ ପହଞ୍ଚି ବ୍ଲାଙ୍କ ଫାଏରିଂ କରିବାରୁ ହାତୀଟି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା । ପରେ ତ୍ରିବେନ୍ଦ୍ରଙ୍କୁ ସୁରକ୍ଷିତ ଭାବେ ପଥର ଉପରୁ ତଳକୁ ଅଣାଯାଇ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ।

ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ବତଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସ୍ଥାନୀୟ ଦେବତାଙ୍କ କୃପାରୁ ତ୍ରିବେନ୍ଦ୍ର ଓ ତାଙ୍କ ସହଯୋଗୀ ବଞ୍ଚି ଯାଇଥିବା କହିବା ସହ ଏପରି ଘଟଣା ପାଇଁ ସେ ରାଜ୍ୟ ସରକାରଙ୍କ ଭୁଲ ଜଙ୍ଗଲ ନୀତିକୁ ଦାୟୀ କରିଛନ୍ତି । ହରିଶ ରାଓ୍ବତ କହିଛନ୍ତି, ଏହା କେବଳ ଗୋଟିଏ ଘଟଣା ନୁହେଁ ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁଙ୍କ ପ୍ରାଦୃଭାବ କ୍ରମଶଃ ବଢିବାରେ ଲାଗିଛି । ଲେକେ ଆତଙ୍କିତ ଓ ଅତିଷ୍ଠ ହୋଇ ଘର ଛାଡିବାକୁ ମଧ୍ୟ ବାଧ୍ୟ ହେଉଛନ୍ତି । କେବଳ ସରକାରଙ୍କ ଭୁଲ ଜଙ୍ଗଲ ନୀତି ଯୋଗୁ ରାଜ୍ୟରେ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 15, 2022, 10:14 PM IST

For All Latest Updates

TAGGED:

ABOUT THE AUTHOR

...view details