ଓଡିଶା

odisha

ETV Bharat / bharat

ମୃତ୍ୟୁ ଏମିତି ବି ଆସେ ! ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା 6 ଜୀବନ

ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାର ମହୁଆଝାଲା ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର 6 ମୃତ । ଅଧିକ ପଢନ୍ତୁ...

By

Published : Jul 11, 2021, 1:57 PM IST

ବିଦ୍ୟୁତ ନେଲା ଜୀବନ, ଗୋଟିଏ ପରିବାରର 6 ମୃତ
ବିଦ୍ୟୁତ ନେଲା ଜୀବନ, ଗୋଟିଏ ପରିବାରର 6 ମୃତ

ଭୋପାଳ: ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର 6 ମୃତ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାର ମହୁଆଝାଲା ଗାଁରେ । ସୂଚନା ଅନୁଯାଇ ଶୌଚାଳୟ ପାଇଁ ପରିବାରର ଜଣେ ବ୍ୟକ୍ତି ଟାଙ୍କି ସଫା କରୁଥିବା ସମୟରେ ଟାଙ୍କିରେ ବିଦ୍ୟୁତ ବ୍ୟବସ୍ଥା ଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଏହାପରେ ଚିତ୍କାର କରିବାରୁ ପରିବାର ଲୋକେ ଏହା ଶୁଣି ତାଙ୍କୁ ବଞ୍ଚାଇବା ପାଇଁ ଜଣଙ୍କ ପରେ ଜଣେ ପାଖକୁ ଯିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି 6 ଜଣ ସଦସ୍ୟ ଜଳିଯାଇଥିଲେ ।

ସ୍ଥାନୀୟ ଲୋକେ ଏହା ଦେଖି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏନେଇ ଦୁଃଖ ପ୍ରକାଶ କରିବା ସହ ଏହା ଅତ୍ୟନ୍ତ ଦୁଃଖନୀୟ ଘଟଣା ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details