ଓଡିଶା

odisha

By

Published : Aug 8, 2022, 3:19 PM IST

ETV Bharat / bharat

ବିଦ୍ୟୁତ ବିଲ ଦେଖି ତାଜୁବ ଉପଭୋକ୍ତା, ୨୦ ଦିନରେ ଆସିଲା ୧,୭୫,୭୦୬ ଟଙ୍କାର ବିଲ

ତେଲାଙ୍ଗାନାର ନାଗୋଣ୍ଡା ଜିଲ୍ଲାର ୨ ବିଦ୍ୟୁତ ଉପଭୋକ୍ତାଙ୍କୁ ୨୦ ଦିନରେ ଆସିଲା ୧ଲକ୍ଷ୭୫ ହଜାର ୭୦୬ ଟଙ୍କାର ବିଦ୍ୟୁତ ବିଲ । ଅଧିକ ପଢନ୍ତୁ

ଘରେ ୨ଟି ବଲ ଓ ୧ଟି ଫ୍ୟାନ୍ ବ୍ୟବହାର ହେଉଛି, ୨୦ ଦିନରେ ଆସିଲା ୧,୭୫,୭୦୬ ଟଙ୍କାର ବିଦ୍ୟୁତ ବିଲ !
ଘରେ ୨ଟି ବଲ ଓ ୧ଟି ଫ୍ୟାନ୍ ବ୍ୟବହାର ହେଉଛି, ୨୦ ଦିନରେ ଆସିଲା ୧,୭୫,୭୦୬ ଟଙ୍କାର ବିଦ୍ୟୁତ ବିଲ !

ହାଇଦ୍ରାବାଦ:ଘରେ ଜଳୁଛି ୨ଟି ବଲ ଓ ଅଛି ଗୋଟିଏ ଫ୍ୟାନ, କିନ୍ତୁ ବିଲ ଶୁଣିଲେ ଆପଣବି ହୋଇଯିବେ ତାଜୁବ । ମାତ୍ର ୨୦ ଦିନରେ ବିଲ ଆସିଛି ୧ଲକ୍ଷ ୭୫ ହଜାର ୭୦୬ ଟଙ୍କା । ତେଲାଙ୍ଗାନାର ନାଗୋଣ୍ଡା ଜିଲ୍ଲାର ଚିନ୍ତାପଲ୍ଲୀ ମଣ୍ଡଳ ସେଣ୍ଟରର ୨ଜଣ ବିଦ୍ୟୁତ ଉପଭୋକ୍ତା ନାଲାଭାଲି ପୁଲେଇୟା ଓ ନିରଞ୍ଜନଙ୍କ ନାରେ ଏହି ମୋଟା ଅଙ୍କର ବିଲ ଆସିଛି । ଯାହା ଦେଖିବା ପରେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଗତ ମାସର ୧୬ତାରିଖରୁ ଏହି ମାସର ୫ ତାରିଖ ପର୍ଯ୍ୟନ୍ତ ନାଲାଭେଲି ପୁଲାଇୟାଙ୍କ ଘରକୁ ୮୭,୩୩୮ ଟଙ୍କା ବିଲ୍ କରାଯାଇ ଥିବା ବେଳେ ନିରଞ୍ଜନଙ୍କ ଘରକୁ ଆସିଛି ୮,୭୯୩ ୟୁନିଟ୍ ପାଇଁ ଆସିଛି ୮୮,୩୬୮ ଟଙ୍କା ବିଲ । ଉଭୟଙ୍କ ଘରେ କେବଳ ଦୁଇଟି ବଲ ଏବଂ ଗୋଟିଏ ଫ୍ୟାନ୍ ବ୍ୟବହାର ହେଉଥିବା ବେଳେ କେମିତି ଏତେ ଟଙ୍କାର ବିଲ ଆସିଲା ସେନେଇ ପ୍ରଶ୍ନ କରିଛନ୍ତି ଦୁଇ ବିଦ୍ୟୁତ ଉପଭୋକ୍ତା ।

ଏନେଇ ପୁଲେଇୟାଙ୍କ ପୁ୍ଅ ସୈଦେଲୁ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ, ''ଦଲିତଙ୍କୁ ମାଗଣ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଥିବାରୁ ଏକ ବର୍ଷ ହେଲା ମିଟର ରିଡିଂ ନେଇନଥିଲେ ବିଭାଗୀୟ ଅଧିକାରୀ । ଏନେଇ ବିଦ୍ୟୁତ ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ କେହି ଉତ୍ତର ଦେଉନଥିବା ସେ କହିଛନ୍ତି''। ଏନେଇ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ ରେଡ୍ଡୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ''ପୂର୍ବରୁ କାମ କରୁଥିବା ବିଦ୍ୟୁତ କର୍ମଚାରୀ ଏକ ବର୍ଷ ହେଲା ବିଲ୍ ରିଡିଂ କରିନଥିବାରୁ ଏପରି ସ୍ଥିତି ଉପୁଜିଛି'' ।

ABOUT THE AUTHOR

...view details