ଚେନ୍ନାଇ: ତାମିଲନାଡୁର ଭାରାକୁର ରାସ୍ତାରେ ଯାଉଥିବା ଏକ ଘରୋଇ ବସ୍ ତାନଜୋରଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଫଳରେ 5 ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏହି ବସ୍ ଥିରୁକଟୁପଲ୍ଲୀରୁ ଥାନ୍ଜାଭୁରକୁ ଯାତ୍ରା କରୁଥିଲା ।
ବସ୍ଟି ରାସ୍ତାରେ ଯାଉଥିବା ସମୟରେ ହଠାତ୍ ମୁଖ୍ୟରାସ୍ତାରୁ ବସ୍ଟି ସାମାନ୍ୟ ହଟିବା ପରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା । ଏହି ସମୟରେ ବସ୍ଟିରେ ବିଦ୍ୟୁତ ଆସିଯିବା ଫଳରେ 5 ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।