ଓଡିଶା

odisha

Diwali 2023: ଦୀପାବଳିରେ ଝଲସିବ ଶିରିଡି ସାଇବାବା ମନ୍ଦିର, ଆଲୋକୀକରଣ ଦାୟିତ୍ବ ନେଲେ ଓଡ଼ିଆ ଶ୍ରଦ୍ଧାଳୁ

ଦୀପାବଳିରେ ଝଲସି ଉଠିବ ମହାରାଷ୍ଟ୍ରର ପ୍ରସିଦ୍ଧ ଶିରିଡି ବାବା ମନ୍ଦିର । ଆଲୋକୀକରଣ ଦାୟିତ୍ବ ନେଲେ ଓଡ଼ିଆ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 10, 2023, 7:46 PM IST

Published : Nov 10, 2023, 7:46 PM IST

Shirdi Saibaba Mandir Light Decoration
Shirdi Saibaba Mandir Light Decoration

ଦୀପାବଳିରେ ଝଲସିବ ଶିରିଡି ବାବା ମନ୍ଦିର, ଆଲୋକୀକରଣ ଦାୟିତ୍ବ ନେଲେ ଓଡ଼ିଆ ଶ୍ରଦ୍ଧାଳୁ

ମୁମ୍ବାଇ: ଆଉ ଦିନକ ପରେ ସାରା ଦେଶ ପାଳିବ ପବିତ୍ର ଦୀପାବଳି । ଆଲୋକମାଳାରେ ଝଲସି ଉଠିବ ଚତୁର୍ଦ୍ଦିଗ । ତେବେ ପ୍ରତିବର୍ଷ ପରେ ମହାରାଷ୍ଟ୍ରର ପ୍ରସିଦ୍ଧ ଶିରିଡି ସାଇ ବାବାଙ୍କ ମନ୍ଦିରରେ ସାଜସଜ୍ଜା କାମ ଆଗେଇ ଚାଲିଛି । ସବୁଠୁ ଖାସ କଥା ହେଉଛି ଏହି ମନ୍ଦିର ସାଜସଜ୍ଜାର ଦାୟିତ୍ବ ନେଇଛନ୍ତି ଜଣେ ଓଡ଼ିଆ ଶ୍ରଦ୍ଧାଳୁ ଦାସ ଗୁପ୍ତା । ଭୁବନେଶ୍ବର ସ୍ଥିତ ଶ୍ରୀ ସାଇକୃପା ଚାରିଟି ଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଏହି ଦାୟିତ୍ବ ମିଳିଥିବା ସେ କହିଛନ୍ତି ।

ପ୍ରତିବର୍ଷ ପରମ୍ପରା ଅନୁସାରେ ଶିରିଡ଼ି ସାଇ ମନ୍ଦିରରେ ଦୀପାବଳି ପାଳନ କରାଯାଏ । ଏହି ଦିନ ମନ୍ଦିରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଏ । ମନ୍ଦିରରେ ଆଲୋକୀକରଣ ପରେ ମନ୍ଦିର ପରିସରର ଶୋଭା ଦ୍ବିଗୁଣିତ ହୋଇଯାଏ । ଯାହାକି ଉଭୟ ଶ୍ରଦ୍ଧାଳୁ ଓ ଦେଖଣାହାରୀଙ୍କୁ ଆକୃଷ୍ଟ କରିଥାଏ । ଚଳିତ ବର୍ଷ ଏହି ଦାୟିତ୍ବ ନେଇଛନ୍ତି ଜଣେ ଓଡ଼ିଆ । ଉକ୍ତ ଓଡ଼ିଆ ଶ୍ରଦ୍ଧାଳୁଙ୍କ ପ୍ରତିନିଧିତ୍ବରେ ଝଲସି ଉଠିବ ପ୍ରସିଦ୍ଧ ଶିରିଡି ସାଇ ମନ୍ଦିର ।

ଏହା ବି ପଢନ୍ତୁ- Dhanteras 2023: ରାଜଧାନୀର ସୁନା ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼

ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, " ସାଇ ବାବା ନିଜ ଜୀବନକାଳ ମଧ୍ୟରେ ସମାଜକୁ ଏକ ମହାମନ୍ତ୍ର ଦେଇଥିଲେ । ଯାହା ହେଉଛି 'ସବକା ମାଲିକ ଏକ୍‌ ହେ' । ଏହାସହିତ ସେ ବହୁ ଚମତ୍କାରିତା ମଧ୍ୟ ଦେଖାଉଥିଲେ । ଏକଦା ଦ୍ବାରକାରେ ସାଇବାବା ପାଣି ସାହାଯ୍ୟରେ ଦୀପ ଜଳାଇଥିଲେ । ଏଥିଲାଗି ଶିରିଡିରେ ଦୀପାବଳି ଉତ୍ସବ ବେଶ ଧୁମଧାମର ସହିତ ପାଳନ କରାଯାଏ । ଦୀପାବଳିରେ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଥାନ୍ତି ।"

ସେପଟେ ଶିରିଡି ସାଇ ମନ୍ଦିରର ଆଲୋକୀକରଣ ସାଜସଜ୍ଜାର ଦାୟିତ୍ବ ନେଇଥିବା ଓଡ଼ିଆ ଶ୍ରଦ୍ଧାଳୁ ଦାସ ଗୁପ୍ତା କହିଛନ୍ତି, " ମୁଁ ଭୁବନେଶ୍ବରରୁ ଆସିଛି । ଦୀପାବଳିରେ ମନ୍ଦିରର ଆଲୋକୀକରଣ ଦାୟିତ୍ବ ଶ୍ରୀ ସାଇକୃପା ଚାରିଟି ଟେବୁଲ ଟ୍ରଷ୍ଟ ପକ୍ଷରୁ ମୋତେ ମିଳିଛି । ମୁଁ ଯେତେବେଳେ ଏଠାକୁ ଆସିଥାଏ ୧ରୁ ୨ ଲକ୍ଷ ଟଙ୍କା ଦାନ କରିଥାଏ । ଏହା ଭଗବାନଙ୍କର ଦାନ । ଯାହାକୁ ମୁଁ ଫେରାଇଥାଏ । ଓଡ଼ିଶାରେ ସାଇବାବା ମନ୍ଦିରରେ ଆମେ ଦୀପ ଜାଳି ଦୀପାବଳି ପାଳିଥାଉ । ହେଲେ ଚଳିତ ଥର ଶିରିଡି ସାଇ ମନ୍ଦିରର ଆଲୋକୀକରଣ ଦାୟିତ୍ବ ମୋତେ ମିଳିଛି । ଯେଉଁଥିଲାଗି ମୁଁ ବେଶ ଗର୍ବିତ ଓ ଆନନ୍ଦିତ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details